କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଜଡ଼ାମୁଣ୍ଡା ଫତାୟତ ଇଚ୍ଛାପୁର ଗାଁ ର ମଝି ରାସ୍ତାରେ ଅନବରତ ଦୂର୍ଗନ୍ଧ ମଇଳା ପାଣି ବୋହି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ତିନି ୱାର୍ଡ ବିଶିଷ୍ଟ ଇଚ୍ଛାପୁର ଗାଁ ରେ ୧୫୦୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଛି । ଗାଁ ଭିତରେ ରାସ୍ତା ଉଭୟ ପାର୍ଶ୍ବରେ ଡ୍ରେନ ସୁବିଧା ନ ଥିବାରୁ ନଳକୂଅର ପାଣି, ପାଖରେ ଜମି ରହିଥିବା ଦୂର୍ଗଦ୍ଧ ମଇଳା ପାଣି ଓ ବସୁଧା ଯୋଜନାରେ ଘର କୁ ଘର ଲଗା ଯାଇଥିବା ପଏଣ୍ଟ ପାଣି ଅନବରତ ଗାଁ ମଝି ରାସ୍ତାରେ ବୋହି ଯାଇ ସ୍ଥାନେ ସ୍ଥାନେ ଜମା ହୋଇ ରହୁଥିବାରୁ ମଶା,ମାଛି ଜାତ ହୋଇ ବିଭିନ୍ନ ରୋଗ ହେବାର ସମ୍ଭାବନା ରହିଛି । ଇଞ୍ଚାପୁର ଦେଇ ଅନେକ ଗୁଡିଏ ଗାଁ ଲୋକେ ୩୫୩ ନମ୍ବର ଜାତୀୟ ରାଜପଥ କୁ ଆସି ବସ ଯୋଗେ କୋମନା ବ୍ଲକ କାର୍ଯ୍ୟାଳୟ, ଜଡାମୁଣ୍ଡା ଉଚ୍ଚବିଦ୍ୟାଲୟ, ଉଦ୍ୟାନଦନ୍ଧ ସପ୍ତାହିକ ହାଟ,ନୂଆପଡା ଜିଲ୍ଲା କାର୍ଯ୍ୟାଲୟ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦୂରଦୂରାନ୍ତ ଯିବା ପାଇଁ ଆସିଥାନ୍ତି । ୩୫୩ ନମ୍ବର ଜାତୀୟ ରାଜପଥରୁ ଇଛାପୁର ଦେଇ ସିଧା ସଳଖ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରି ବରକୋଟ ଦେଇ ସୁନାବେଢା ଅଭୟାରଣ୍ୟ ଓ ଦର୍ଲିପଡ଼ା,ସିଲେଟପାଣି, ବେଲରଦନା ଦେଇ ନୂଆପଡା ଜିଲ୍ଲା ସଦର ମହକୁମାକୁ ରାସ୍ତା ସଂଯୋଗ କରିଛି ।
ସଦା ସର୍ବଦା ସେହି ରାସ୍ତା ଦେଇ ଯାତାୟାତ ଲାଗି ରହିଛି । କାଦୁଅ ପଚ ପଚ ରାସ୍ତାରେ ଯାନବାହନ ଗୁଡିକ ଯାଉଥିବାରୁ ପାଖରେ ରହିଥିବା ଲୋକ ଉପରେ ଦୁର୍ଗନ୍ଧ କାଦୁଅ ଝିଟିକି ପଡ଼ୁଛି । ଇଚ୍ଛାପୁର, ବିଶିପଡା ଛାତ୍ରୀଛାତ୍ର ଗାଁ ବିଦ୍ୟାଲୟ ଓ ଜଡାମୁଣ୍ଡା ଉଚ୍ଚ ବିଦ୍ୟାଳୟକୁ ଅଧ୍ୟୟନ ପାଇଁ ସେହି କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି । ଗାଁ ଲୋକେ ଦୁର୍ଗନ୍ଧ କାଦୁଅ ରାସ୍ତା ରେ ଚାଳି ଚାଲି ଅତିଷ୍ଠ ହୋଇ ପଡିଲେଣି । ଗ୍ରାମବାସୀ ଅନେକ ଥର ଫଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଓ ମୌଖିକ ଭାବରେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଗ୍ରୀଷ୍ମ ଋତୁରେ ଏ ପ୍ରକାର ସ୍ଥିତି ଥାଇ ବର୍ଷା ଋତୁରେ ଅବସ୍ଥା କିପରି ହେଉ ଥିବ ଦେଖିଲେ ଜଣା ପଡିବ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ରାସ୍ତା ଉଭୟ ପାର୍ଶ୍ଵରେ ଡ୍ରେନ ସୁବିଧା କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
Post a Comment