ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଧାନ ମଣ୍ଡି ଠାରେ ଶୁକ୍ରବାର ତରବୋଡ ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଧାନମଣ୍ଡି ଉଦଘାଟିତ ହୋଇ ଯାଇଛି । ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୂଭଉଦଘାଟନ କରିଥିଲେ । ଜିଲ୍ଲାରେ ପ୍ରଥମ ଉଠାଣ କରି ଏମ କରି ତରବୋଡ ଠାରେ ମଣ୍ଡି ଆରମ୍ଭ କରା ଯାଇଛି । ଆସନ୍ତା କାଳି ଠାରୁ ଜିଲ୍ଲାର ସବୁ ମଣ୍ଡି ଖୋଳା ଯିବ । ପ୍ରଥମ ଦିନରେ ୧୦ ଜଣ ଚାଷିଙ୍କ ୪ ଶହ କୁଇଣ୍ଟାଲ ୨୪ କିଲୋଗ୍ରାମ ଧାନ କ୍ରୟ କରା ଯାଇଛି । ଗୌର ତୁଳସି,ବୀର ବଜରଙ୍ଗବଳି ଓ ହରେକୃଷ୍ଣ ରାଇସ ମିଳ ଧାନ କରିଛି । ଏହି ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଳି, ଏଆରସି ଏସ ଲଲିତ କୁମାର ବିଶ୍ଵାଳ,ଡିଆରସିଏସ କ୍ଷମା ମାଝି,ତରବୋଡ ସରପଞ୍ଚ ଶ୍ୟାମସୁନ୍ଦର ପୃଷ୍ଟି,ମାନିଗୁଡା ସରପଞ୍ଚ ଯୋଗେନ୍ଦ୍ର ବାଗ,ପ୍ରାଥମିକ କୃଷକ ସମବାୟ ସମିତି ସଭାପତି ହାଡୁ ପ୍ରଧାନ, ପେକ୍ସ କାର୍ଯ୍ୟ ନିର୍ବାହୀ ହେମ ସାଗର ସାହୁ,ରମେଶ ବନଛୋର,ରାକେଶ ପ୍ରଧାନୀ, ଥବିରାଜ ହଂସ, ଆରଏମସି କର୍ମଚାରୀ ବାସୁ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆପଡା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment