ପାତାଲ ଗଙ୍ଗାରେ ବୈଶାଖ ମେଲା


ବୋଡେନ:-୨୩/୫/୨୦୨୪(ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁ ମାତ୍ର ଅଢ଼େଇ କିଲୋମିଟର ଦୂର ଏକ ମନୋରମ ସ୍ଥାନ ହେଉଛି ପାତାଳଗଙ୍ଗା । ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଗଢ଼ି ଉଠିଥ‌ିବା ଏହି ପବିତ୍ର ସ୍ଥାନ ପ୍ରକୃତରେ ମନଲୋଭା ଅଟେ। କିମ୍ବଦନ୍ତୀ ଅନୁସାରେ ବା ଲୋକଙ୍କ କହିବାନୁଯାୟୀ ପ୍ରଭୁ ଶ୍ରୀରାମଙ୍କ ବନବାସ ଅବସ୍ଥାରେ ବନ ଭ୍ରମଣ ସମୟରେ ମାତା ସୀତା ତୃଷାର୍ତ୍ତ ଅନୁଭବ କଲେ ଓ ପ୍ରଭୁଙ୍କୁ ଜଣାଇବା ପରେ ପୁରୁଷୋତ୍ତମ ଶ୍ରୀରାମ ଧରିତ୍ରୀ ବକ୍ଷରେ ତୀର ମାରିଲେ ଏବଂ ତତକ୍ଷଣାତ୍ ଭୂମିରେ ଏକ ଗର୍ଭ ସୃଷ୍ଟି ହୋଇ ପାଣି ବାହାରକୁ ବାହାରି ଆସିଲା ଓ ମାତା ସୀତା ଜଳ କଷ୍ଟରୁ ରକ୍ଷା ପାଇଲେ । ପ୍ରକୃତରେ ପାତଳରୁ ବାହାରୁଥିବା ଏହି ପାଣି କେବେ ଦୁଃଖ କରିନାହିଁ,ନିତିଦିନ ଭୂପୃଷ୍ଠକୁ ବାହାରି ଆସିଛି।ଏହି ସ୍ଥାନକୁ ପଡୋଶୀ ରାଜ୍ୟ ଛତିଶଗଡ, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲାର ପୁଣି ଦୂର ଦୂର ଦୂରାନ୍ତରୁ ତୀର୍ଥ ଯାତ୍ରୀ ଆସିଥାନ୍ତି । ଏହା ଏକ ପବିତ୍ର ତୀର୍ଥ ସ୍ଥଳ ଅଟେ । ଆଜି ଏହି ସ୍ଥାନରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ଦେଖାଦେଇଥୁଲା ମାଟି ତଳୁ ପାଣି ଉପରକୁ ଆସୁଥ‌ିବା ମୁଖ୍ୟ କୁଣ୍ଡର ବଳୟ,ସେହି କୁଣ୍ଡରୁ ନିର୍ଗତ ଜଳକୁ ଉଭୟ ପୁରୁଷ ଓ ମହିଳା ମାନଙ୍କ ବ୍ୟବହାର ନିମନ୍ତେ ଅଲଗା ଅଲଗା ସ୍ବିମିଙ୍ଗ ପୂଲ୍,ଜଗନ୍ନାଥ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଗାୟତ୍ରୀ ମନ୍ଦିର ,ପ୍ରଭୁ ଅଲେଖ ମହିମା ଗାଦି, ଦୁର୍ଗା ମନ୍ଦିର,ଚଣ୍ଡୀ ମନ୍ଦିର,ରାମ ମନ୍ଦିର, ଦ୍ବାରଶନି ଦେବୀ ପୀଠ ,ସାହୁ ସମାଜ ବୈଠକ ଓ ଧର୍ମଶାଳା,କୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ସାମାଜିକ ଧର୍ମ ଅନୁଷ୍ଠାନ ,ପ୍ରାକୃତିକ ଜଙ୍ଗଲ, ନାଲ,ବିଭିନ୍ନ ଫଳ ଗଛ ଏଠାକାର ଶୋଭା ବର୍ଦ୍ଧନ କରିଥାଏ।ଦୁଇ ଶହରୁ ଊର୍ଦ୍ଧ୍ବ ଦୋକାନ ବଜାର ବସିଥିଲା ,ହଜାରହଜାର ସଂଖ୍ୟାରେ ଗାଡ଼ି ମଟର ଆତଯାତ ବୈଶାଖ ମେଳାର ଶୋଭାକୁ ଦ୍ବିଗୁଣିତ କରିଛି।ସମସ୍ତ ଶ୍ରଦ୍ଧାଳୁ ହସ ଖୁସିରେ ନିଜ ନିଜ ହିସାବରେ ମେଳା କୁ ଉପଭୋଗ କରୁଥିଲେ । ପାତାଳ ଗଙ୍ଗା ପୂର୍ବରୁ ଯୁବ ଘାଟ ନାଳାର ମନୋରମ ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଥିବାବେଳେ ଅଞ୍ଚଲର ପ୍ରତିଷ୍ଠାତ୍ରୀ ଦେବୀ ମା ଦୁଆରଶନିଙ୍କ ଆଶିଷ ଲାଭ କରନ୍ତି ଭକ୍ତ ଓପର୍ଯ୍ୟଟକମାନେ ।

Post a Comment

Previous Post Next Post