ଅଂଶୁଘାତରେ ହୋମଗାର୍ଡଙ୍କ ମୃତ୍ୟୁ ଅଭିଯୋଗ


ନୂଆପଡା (ବିରବଲ ପ୍ରଧାନ)ନୂଆପଡ଼ା ସଦର ବ୍ଲକ ଖରିଆର ରୋଡ ଜୋଙ୍କ ଥାନା ବଳୋଦା ଗାଁର ହୋମଗାର୍ଡ ଶତୃଘ୍ନ ରାଉତ (୪୭)ଙ୍କ ଅଂଶୁଘାତରେ ମୃତ୍ଯୁ ଘଟିଥ‌ିବା ଅଭିଯୋଗ ହୋଇଛି।ଶତୃଘ୍ନ ଗତ ୧୫ବର୍ଷ ହେବ ନୂଆପଡା ଜିଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ନୂଆପଡ଼ା ଜିଲାରେ ନିର୍ବାଚନ ଡ୍ୟୁଟି କରି ସେ ପଡୋଶୀ ବରଗଡ ଜିଲାକୁ ନିର୍ବାଚନ ଡ୍ୟୁଟିରେ ଯାଇଥିଲେ। ୨୦ ତାରିଖ ନିର୍ବାଚନ କାମ ସାତି ସେ ୨୧ରେ ଘରକୁ ଫେରିବା ବେଳେ ସେ ଅସୁସ୍ଥତା ଅନୁଭବ କରିଥିବା ପରିବାର ଲୋକେ କହିଛନ୍ତି। ଗୁରୁବାର ରାତିରେ ଖାଇସାରି ବସିଥ‌ିବା ବେଳେ ହଠାତ୍ ପଡିଯାଇ ଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରବଳ ତାତିରେ ଡ୍ୟୁଟି କରିଥିବାରୁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ଶୁକ୍ରବାର ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମଧ୍ୟାହ୍ନରେ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ତାଙ୍କ ଗ୍ରାମକୁ ଯାଇ ମରଶରୀରକୁ ଶେଷ ସମ୍ମାନ ଜଣାଇବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ପରିବାର ଲୋକେ ଏହାକୁ ଅଂଶୁଘାତ ଜନିତ ମୃତ୍ଯୁ ବୋଲି ଘୋଷଣା କରି ସହାୟତା ରାଶି ଯୋଗାଇଦେବା ପାଇଁ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଲା ହୋମଗାର୍ଡ ସଂଘ ସଭାପତି ଶରତ ହଂସ ଏସ୍‌ପିଙ୍କ ସହାନୁଭୂତି ପାଇଁ ସଂଘ ତରଫରୁ ଧନ୍ୟବାଦ ଜଣାଇ ଏହାକୁ ନର୍ବାଚନ ଜନିତ ମୃତ୍ଯୁ ବୋଲି ଘୋଷଣା କରି ପରିବାରଙ୍କୁ ସହାୟତା ରାଶି ଯୋଗାଇଦେବାକୁ ଦାବୀ କରିଛନ୍ତି।

Post a Comment

Previous Post Next Post