ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡାସମାଜ ର ନୂତନ କର୍ମକର୍ତ୍ତା ଚୟନ


ଖପ୍ରାଖୋଲ (ଗଣେଶ ଦାସ) ଖପ୍ରାଖୋଲ ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂତନ କମିଟି ଗଠନ କରଯାଇଛି । ସୂଚନାନୁଯାୟୀ ଗତ ମଙ୍ଗଳବାର ହରିଶଙ୍କର ସ୍ଥିତ ଲିଚୁ ବଗିଚା ଠାରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ଗୋଟିଏ ବୈଠକ ହୋଇଥିଲା। ଅନୁଷ୍ଠିତ ବୈଠକରେ ପ୍ରଥମେ ଡ଼. ଭୀମରାଓ ଆମ୍ବେଦକରଙ୍କର ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ନିରାକାର ଛୁରାଙ୍କୁ ସଭାପତି ଭାବେ ଚୟନ କରା ଯାଇଥିବାବେଳେ ଉପସଭାପତି ଭାବେ ଅଶୋକ କୁମାର ବାଗ, ସମ୍ପାଦକ ଭାବେ ମହିନାଥ ସୁନା, କୋଷାଧକ୍ଷ ଭାବେ ଡିଲେଶ୍ଵର ଜାଲ ମନୋନୀତ ହୋଇଛନ୍ତି । ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକସ୍ତରୀୟ ୨୦ ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି । ସେହିପରି କାର୍ଯ୍ୟନିର୍ବାହୀ କମିଟିରେ ଲବ ସୁନା, ଜଳଧର ତାଣ୍ଡି, ରାଧେଶ୍ୟାମ ନାଗ, ଗୌରାଙ୍ଗ ବାରିକ, ଟଙ୍କଧର ତାଣ୍ଡି, ତପୋବନ୍ତ କୁମ୍ଭାର, ଜନକ ତାଣ୍ଡି ପ୍ରମୁଖ ମନୋନୀତ ହୋଇଛନ୍ତି । ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ଗଣ୍ଡା ସାମାଜର ସାମୁହିକ ବିକାଶ ସଂପର୍କରେ ଆଲୋଚନା ହେବା ସଙ୍ଗେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇଁ ଆଲୋଚନା କରାଯାଇଥିଲା।

Post a Comment

Previous Post Next Post