ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଧରମବନ୍ଧା ଗାଁ ମାଝିପଡାର ଆଇଆରବି ଯବାନ ତାମିଲନାଡୁରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଯବାନ ହେଲେ ଧରମବନ୍ଧା ଗାଁ ମାଝିପଡ଼ାର ପ୍ରମୋଦ ମାଝି । ଯବାନ ନୂଆପଡା ଜିଲା ବୋଡେନ ବ୍ଲକରେ କାର୍ଯ୍ୟରତ ଥିଲେ। ନିର୍ବାଚନୀ ଡିଉଟି ପଡିବାରୁ ତାମିଲନାଡୁରେ ଆଇଆରବି ଯବାନ ଭାବେ କାର୍ଯ୍ୟରତ ଥିଲେ। କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଯବାନଙ୍କୁ ସ୍ଥାନୀୟ ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ଘରକୁ ଆସିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଧରମବନ୍ଧା ଗାଁ ଅଞ୍ଚଳ ଓ ଜିଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗାଁ ଘରେ ସ୍ତ୍ରୀ ସମତିନି ମାଝି ଓ ୩ ବର୍ଷର ଶିଶୁପୁତ୍ର ଶୀୟାନ୍ସ ରହିଛନ୍ତି। ଯବାନଙ୍କ ମର ଶରୀର ପ୍ରଥମେ ଭୁବନେଶ୍ଵର ପରେ ନିଜ ଗାଁ ଧରମବନ୍ଧାକୁ ଆଣାଯିବ ବୋଲି ସୂଚନା ମିଳିଛି।

Post a Comment