ଖୋର୍ଦ୍ଧା (ଆଜତକ୍ ଓଡ଼ିଶା) କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ଗ୍ରାମ ପଞ୍ଚାୟତର ବଣିଆଟାଙ୍ଗୀ ଗ୍ରାମର ମେଧାବୀ ଛାତ୍ରୀ ଅର୍ପିତା ଏବଂ ୧୨ ବର୍ଷ ହେବ ଶଯ୍ୟାସାହି ହୋଇ ପଡିରହିଥିବା ଅର୍ପିତାଙ୍କ ବାପା ପ୍ରଶାନ୍ତ ସାହୁଙ୍କ ଖବର ଗଣମାଧ୍ୟମର Times ଓଡ଼ିଆ ଚାନେଲରେ ଖବର ପ୍ରସାରଣ ହୋଇଥିଲା, ଯେ ଖୋର୍ଦ୍ଧାରେ ଏକ ଅସହ୍ୟ ପରିବାର କିଭଳି ଦୟନୀୟ ଅବସ୍ଥାରେ ଗତି କରୁଛନ୍ତି, ଶ୍ରୀରାମ ସେବା ସଂଗଠନ ଓଡ଼ିଶା ସେହି ଖବରକୁ ଦେଖି ପରିବାର ପାଖରେ ପହଁଚି ଥିଲେ ଏବଂ ସେହି ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ, ଅର୍ପିତା ସାହୁ ବାପାଙ୍କର ପାରାଲିସସ ରୋଗରେ ପୀଡ଼ିତ ହୋଇଥିବାରୁ ଅର୍ପିତା ସାହୁଙ୍କୁ ପାଠ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ, କିନ୍ତୁ ଶ୍ରୀରାମ ସେବା ସଂଗଠନ ଓଡ଼ିଶା ତରଫରୁ ଅର୍ପିତାଙ୍କ ବାପାପ୍ରଶାନ୍ତ ସାହୁଙ୍କୁ ଏକ ହୁଇଲ ଚେୟାର ଦେବା ସହିତ ତାଙ୍କ ଝିଅ ଅର୍ପିତାଙ୍କୁ +୩ ପାଠ ପଢ଼ିବା ନିମନ୍ତେ ସମ୍ପୂର୍ଣ ଖର୍ଚ୍ଚ ଶ୍ରୀରାମ ସେବା ସଂଗଠନ ଓଡ଼ିଶା ବହନ କରିବ । ଏହି ମହାନ କାର୍ଯ୍ୟ ରେ ସେହି ପରିବାର ପାଖରେ ସଂଗଠନ ରାଜ୍ୟ ଅଧକ୍ଷ୍ୟ ଶ୍ରୀଯୁକ୍ତ କୃତ୍ତିବାସ ପଣ୍ଡା, ଖୋର୍ଦ୍ଧା ଜିଲ୍ଲା ଅଧକ୍ଷ୍ୟା ଶ୍ରୀମତୀ ସ୍ନିଗ୍ଧା ଭଞ୍ଜ, ଖୋର୍ଦ୍ଧା ଜିଲ୍ଲାର ସଦସ୍ୟ ମଳୟ ମହାନ୍ତି ଏବଂ ସଂଗଠନ ର ଅନ୍ୟ ଭାଇ ମାନେ ଯାଇ ପରିବାର ପାଖରେ ପହଁଚିଥିଲେ । ଶ୍ରୀରାମ ସେବା ସଂଗଠନ ପ୍ରତ୍ୟେକ ଜିଲ୍ଲା ଶାଖା ରେ ଜଡ଼ିତ ଥିବା ଭାଇ ଭଉଣୀଙ୍କ ପାଇଁ, ଏଭଳି ଜନ ହିତକର ସମାଜ ସେବା କାର୍ଯ୍ୟ ମାନ କରିପାରୁଛି, ଜଗତର ନାଥ ଜଗନ୍ନାଥଙ୍କ କୃପାରୁ ସଂଗଠନ ଏଇଭଳି ସେବା କାର୍ଯ୍ୟ କରି ଚାଲୁଥିବ ବୋଲି ସଂଗଠନର ଆଶା ଏବଂ ବିଶ୍ୱାସ, ଶ୍ରୀରାମ ସେବା ସଂଗଠନ ଏବେ କିମ୍ବା କୌଣସି ପରିସ୍ଥିତିରେ ରାଜନୀତି କରଣ କରିବ ନାହିଁ, କିମ୍ବା କୌଣସି ଜାତି କିମ୍ବା ଧର୍ମକୁ ଆକ୍ଷେପ କରିବ ନାହିଁ, ଏହି ଶ୍ରୀରାମ ସେବା ସଂଗଠନ ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ଥିବା ସଖାକୁ ସୁଦୃଢ଼ କରି ସମାଜ ସେବା କାର୍ଯ୍ୟ କରିବା ଏହି ସଂଗଠନ ର ମୁଖ୍ୟ ଉଦେଶ୍ୟ ବୋଲି ସଙ୍ଘଠନ ମୂଖ୍ୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ଅସହ୍ୟ ପରିବାରର ସାହାଯ୍ୟ ପାଇଁ ହାତ ବଢ଼ାଇଲେ ଶ୍ରୀରାମ ସେବା ସଂଗଠନ
ଆଜତକ ଓଡ଼ିଶା
0
Post a Comment