ମେହେର ସଂପ୍ରଦାୟରୁ ଜଣକୁ ରାଜ୍ଯସଭା ପଠାଇବାକୁ ଦାବି‐ ମୁଖ୍ଯମଂତ୍ରୀଙ୍କୁ ଲିଖିତ ଜଣାଇଲା ନିଖିଳ ଓଡ଼ିଶା ମେହେର ସମାଜ

ସିନାପାଲି:୦୯/୦୨- ନିଜ ଲେଖନୀ ମାଧ୍ଯମରେ ଅନ୍ଧାରରୁ ଆଲୋକର ଅମୃତମୟ ଚେତନା ଆଡ଼କୁ ନେଇ ଯାଉଥିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଆଦର୍ଶ ମଣୁଥିବା ମେହେର(ଭୁଲିଆ) ଜାତିର ଅନେକ ପ୍ରତିଭା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ମାଟିର ଗୌରବକୁ ବଢ଼ାଇଛନ୍ତି । ବିଶ୍ୱ ପ୍ରସିଦ୍ଧ ବାନ୍ଧକଳା ଓ ସମ୍ୱଲପୁରୀ ଶାଢ଼ିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସମାଜର ଯେତିକି ଅବଦାନ ରହିଛି କଳା, ସାହିତ୍ଯ, ସଂସ୍କୃତି, କୃଷି ସହ ସାମାଜିକ, ଆର୍ଥିକ, ରାଜନୈତିକ ପୃଷ୍ଠଭୂମୀରେ ମଧ୍ଯ ମେହେର (ଭୁଲିଆ) ସମାଜର ସେତିକି ସୁଦୃଢ଼ ଓ ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ଏଭଳି ସ୍ଥଳରେ ଏ ଜାତିର ଜଣେ ଯୋଗ୍ଯ ବ୍ଯକ୍ତିଙ୍କୁ ଆଗାମୀ ରାଜ୍ଯସଭା ନିର୍ବାଚନରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ଯସଭା ସଦସ୍ଯ ଭାବରେ ସଦନକୁ ପ୍ରେରଣ କରିବାକୁ ନିଖିଳ ଓଡ଼ିଶା ମେହେର ସମାଜ ତରଫରୁ ଦାବି କରାଯାଇଛି । ମେହେର ସମାଜର ରାଜ୍ଯ ସଭାପତି ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବୈଶମ୍ପାୟନ ମେହେରଙ୍କ ପ୍ରତ୍ଯକ୍ଷ ତତ୍ୱାବଧାନରେ ଏ ସଂକ୍ରାନ୍ତରେ ଏକ ସ୍ମାରକ ପତ୍ର ୫ଟି ଅଧ୍ଯକ୍ଷ ଭି.କେ. ପାଣ୍ତିଆନଙ୍କ ଜରିଆରେ ମୁଖ୍ଯମଂତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ଜଣାପଡ଼ିଛି । ଏଠାରେ ସୂଚନାଯୋଗ୍ଯ ଯେ, ଏକ ଦୄଢ଼ ଓ ଦକ୍ଷ ସାମାଜିକ ସଂଗଠନ ଭାବରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ୱତଂତ୍ର ନାଁ କରିଥିବା ମେହେର ସମାଜ ବର୍ତ୍ତମାନ ରାଜ୍ଯ ସରକାରଙ୍କ ଶୁଭଦୄଷ୍ଟିରେ ରହିଆସିଥିବା ବେଳେ ସରକାରଙ୍କ ଅନୁଦାନ କ୍ରମେ ଭୁବନେଶ୍ୱର ଠାରେ ଅଧା ଏକର ପରିମିତ ଜମିରେ ପ୍ରାୟ ତିନି କୋଟି ଅର୍ଥ ବ୍ଯୟରେ ସମାଜ ଭବନ ନିର୍ମାଣାଧିନ ରହିଛି । ପୂର୍ବରୁ ରାଜ୍ଯ ସଭା ସଦସ୍ଯ ପାଇଁ ଦାବି କରାଯାଇ ଆସୁଥିବା ବେଳେ ନିକଟରେ ଓଡ଼ିଶାରୁ ତିନୋଟି ରାଜ୍ଯସଭା ସଦସ୍ଯ ପଦ ପାଇଁ ନିର୍ବାଚନ ହେବାକୁ ଥିବାରୁ ସମାଜରୁ ଜଣକୁ ଏହି ପଦ ପାଇଁ ଓଡ଼ିଶା ସରକାର ମନୋନିତ କରନ୍ତୁ ଯାହା ସମାଜ ସଂଗଠନକୁ ଅଧିକ ସୁଦୄଢ଼ ଓ ଅଗ୍ରଣୀ କରିବା ସହିତ ରାଜ୍ଯ ବିକାଶରେ ସହାୟକ ହେବ ବୋଲି ମେହେର ସଂପ୍ରଦାୟର ଲକ୍ଷାଧିକ ଲୋକଙ୍କ ପ୍ରତିନିଧି ଭାବରେ ରାଜ୍ଯ ସଭାପତି ଶ୍ରୀମେହେର ମତ ଦେଇଛନ୍ତି ।

Post a Comment

Previous Post Next Post