ଯୁବକର ମୃତ ଦେହ କୂଅରୁ ଉଦ୍ଧାର


ପାଟଣାଗଡ଼ ୧୦/୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଫଟାମୁଣ୍ଡା ଗାଁର ଲୋଚନ ବରିହାଙ୍କ ପୁଅ ଉଜ୍ଜଳ ବରିହା ଗାଁର ତିନିଜଣ ସାଙ୍ଗ ସହିତ ୬ ତାରିଖ ସନ୍ଧ୍ୟାରେ ଖୁଣ୍ଟସମଲେଇ ଗାଁକୁ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ସକାଳେ ଖୋଜା ଖୋଜି କରିଥିଲେ । ପରେ ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ସେହି ଗାଁର ଗୋପିନାଥ ସାହୁ ତାଙ୍କ ଘର ବାରି ପଟେ କୂଅକୁ ପାଣି ଆଣିବା ପାଇଁ ଜାଇ ଦେଖିଲେ କୂଅରେ ଉଜ୍ଜଳ ର ମୃତ ଦେହ ଭାସୁଥିବା ଦେଖି ଥାନା କୁ ଖବର ଦେଇଥିଲେ। ପରେ ଲରମ୍ଭା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲେ । ଉଜ୍ଜଳଙ୍କୁ ମାରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏ ବିଷୟରେ ଅଧିକ ତଦନ୍ତ କରୁଥିବା ଲରମ୍ବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Post a Comment

Previous Post Next Post