ଧର୍ମଗଡ଼: (ଆଜତକ୍ ଓଡ଼ିଶା) ଧର୍ମଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସନ୍ଧ୍ୟାରେ ଗୋଲାମୁଣ୍ଡା ଥାନା ଡୋକରିପଡା ନିକଟରେ ପିକଅପ୍ ଓଲଟି ଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ବିଲ କାମ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଗୁରୁତରଙ୍କୁ ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଜୁନାଗଡ଼ ଥାନା ମିଚା ଗାଁ ଏବଂ ଆଟି ଗାଁର ଶ୍ରମିକ ମାନେ ଗୋଲାମୁଣ୍ଡା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରିବା ବେଳେ ଡୋକରୀପଡା ନିକଟରେ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତ ଗୁରୁତର ଙ୍କୁ ଧର୍ମଗଡ, ଜୁନାଗଡ଼ ଏବଂ ଭବାନୀପାଟଣା ହସ୍ପିଟାଲରେ ଭର୍ତି କରାଯାଇଥିଲା । ସୂଚନା ଅନୁଯାଇ ବର୍ତମାନ ପର୍ଯ୍ୟନ୍ତ ଧର୍ମଗଡ ହସ୍ପିଟାଲରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
Post a Comment