ଚଳନା ୟୁ.ପି.ସ୍କୁଲରେ ସୁଭାଷ ଚଂଦ୍ର ବୋଷ ଓ ସୁରେଂଦ୍ର ସାଏ ଜୟନ୍ତୀ


ସିନାପାଲି:୨୩/୦୧ (ପ୍ରମେଶ୍ଵର ମେହେର) ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ମଙ୍ଗଳବାର ନେତାଜୀ ସୁଭାଷ ଚଂଦ୍ର ବୋଷ ଓ ବୀର ସୁରେଂଦ୍ର ସାଏଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଛି । ପ୍ରଧାନ ଶିକ୍ଷକ ସାରଙ୍ଗପାଣି ଦଣ୍ତସେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ଭାରତ ମୁକ୍ତି ସଂଗ୍ରାମର ଏହି ଦୁଇ ଜନନାୟକଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏହା ପରେ ଶିକ୍ଷକ ଶିବପ୍ରସାଦ ମେହେର, ବୈଷ୍ଣବ ମେହେର, ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଷୀ ଉଭୟ ମହାପୁରୁଷଙ୍କ ତ୍ଯାଗମୟ ଜୀବନୀ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଶେଷରେ ଶିକ୍ଷକ କିଶୋର ମେହେର ଧନ୍ଯବାଦ ଦେଇଥିଲେ ।

Post a Comment

Previous Post Next Post