୩ ଦାଦନ ଶ୍ରମିକ ଉଦ୍ଧାର ସହିତ ସର୍ଦାର ଗିରଫ


ଖପ୍ରାଖୋଲ (ଗଣେଶ ଦାସ) ଖପ୍ରାଖୋଲ ପୋଲିସ ୩ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁର । ସୂଚନାନୁଯାୟୀ, ଗୁରୁବାର ସକାଳ ଦଶଟା ରେ ଏକ ଘରୋଇ ବସ ଯୋଗେ କିଛି ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶ କୁ ଯାଉଥିବା ବେଳେ ଖପ୍ରାଖୋଲ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହରିଶଙ୍କର ଛକ ଠାରେ ବସ ଉପରେ ଚଢାଉ କରି ୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ଜଣା ପଡିଲା ସେମାନଙ୍କୁ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗ୍ରାମର ଦାଦନ ସର୍ଦ୍ଦାର ବେଆଇନ ଭାବେ ଚାଲାଣ କରୁଥିବା ଜଣାଯାଇଛି । ବେଆଇନ ଭାବେ ଦାଦନ ଚାଲାଣ କରୁଥିବା ନେଇ ଖପ୍ରାଖୋଲ ଥାନା କେସ ନଂ ୧୮୯/୨୩ ରେ ଭାରତୀୟ ପେନାଲ କୋର୍ଟର ଧାରା ୩୭୦/୩୭୪/୪୨୦/ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ସର୍ଦାରକୁ କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତ ଶ୍ରମିକ ଙ୍କୁ ନିଜ ନିଜ ଘରକୁ ପଠେଇଥିବା ଏବଂ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Post a Comment

Previous Post Next Post