ବରଗଡ (ଆଜ ତକ ଓଡିଶା) ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଚାର ପ୍ରସାର କରାଇବା ଉଦ୍ଦେଶ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସରେ ପ୍ରାଥମିକ ଚିକିତ୍ସା ଫାଷ୍ଟ ଏଡ଼ର ପ୍ରଭାକର ଛନ୍ଦ ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଉଚ୍ଚ ପ୍ରାଥମିକ ପରିସରରେ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରା ଯାଇଥିଲା । ବୁଗବୁଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁ ମ୍ୟାଡମଙ୍କ ସଭାତିତ୍ବରେ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ କୈଳାସ ଭୋଇ ଯୋଗଦେଇଥିଲେ । ପ୍ରାଥମିକ ଚିକିତ୍ସା ଫାଷ୍ଟ ଏଡ଼ର ପ୍ରଭାକର ଛନ୍ଦ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରିଥିଲେ । ପ୍ରାଥମିକ ଚିକିତ୍ସାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟ୍ରେସନ ମାଧ୍ୟମରେ ରିକଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିନତା ର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ । ଅନ୍ଧବିଶ୍ୱାସରୁ ଦୁରେଇ ରହି ବୈଜ୍ଞାନିକ ପଦ୍ଧତି ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ । ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବୁଗବୁଗା ବିଦ୍ୟାଳୟର ସହାୟିକା ମମତା ମହାକୁର ପରିଚାଳନା କରିଥିବା ସହ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ ।

Post a Comment