ୱାଇ.ସି.ଡି.ଏ ତରଫରୁ ଶିଶୁଙ୍କ ପାଇଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଉଦଘାଟନ


ଆଜତକ୍ ଓଡ଼ିଶା ୧୨/୯ : ଆଜି ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦର୍ହମୁଣ୍ଡା ଗ୍ରାମରେ ୱାଇ.ସି.ଡି.ଏ ସଂସ୍ଥା ଓ ଗ୍ରାମ୍ୟ ଶିଶୁ ସୁରକ୍ଷା କମିଟିର ମିଳିତ ଉଦ୍ୟମରେ ଗ୍ରାମର ଶିଶୁ ମାନଙ୍କ ପାଇଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଶିଶୁ ମାନଙ୍କୁ ଛୁଟି ସମୟରେ ପାଠ ସହ ଅନ୍ୟ ଦିଗରେ ନିୟୋଜିତ କରିବା ଉଦ୍ଦଶ୍ୟରେ ଏହି ପ୍ରୟାସ କରାଯାଇଛି । ଶିଶୁ ମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ ଓ କୌତୁହଳ ଚିତ୍ର କାନ୍ଥରେ ଅଙ୍କା ହେବା ସହ ଶୈଖିକ ପୁସ୍ତକ ଓ ବସ୍ତୁ ରଖା ଯାଇଛି ।

ମୁଖ୍ୟ ଅତିଥି ଭାବେ ବେଲପଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଭିକ୍ଟର୍ ସୋରେଙ୍ଗ ଯୋଗ ଦେଇଥିବା ବେଳେ ଅଞ୍ଚଳର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଜୟ ଧାରୁଆ, ସି.ଆର୍.ସି.ସି ଶ୍ରୀଯୁକ୍ତ ପ୍ରଦୀପ ସିଂ ବାବୁ ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୀନକେତନ ନାଏକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ୱାଇ.ସି.ଡି.ଏ ର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଜ୍ୟୋତି କୁମାର ରଥ ଚାଲିଥିବା ବିଲଡିଂ ରେସିଲେଣ୍ଟ ଚିଲ୍ଡରେନ୍ ଫର୍ ଏ ବେଟର ଫ୍ୟୁଚର କାର୍ଯ୍ୟକ୍ରମ ଓ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ର ଉଦ୍ଦେଶ୍ୟ ବିଷୟରେ ଉପସ୍ଥାପନ କରିଥିଲେ । ଶିଶୁ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରି ତାଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପାଠ ସହ ସାଠ ର ବି ଆବଶ୍ୟକତା ରହିଛି ଏବଂ ଏଥି ପାଇଁ ଗ୍ରାମ ର ଭୂମିକା ମଧ୍ୟ ବହୁତ ଗୁରୁତ୍ୟପୂର୍ଣ - ବୋଲି ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ ରେ କହିଥିଲେ । ଶିଶୁ ମାନଙ୍କୁ ରେସିଲେଣ୍ଟ କରିବା ପାଇଁ ୱାଇ.ସି.ଡି.ଏ ର ଏହି ପ୍ରୟାସ କୁ ବିଡ଼ିଓ ଙ୍କ ସହ ଅନ୍ୟ ଅତିଥି ମାନେ ପ୍ରଶଂସା କରିଥିଲେ ।।ଯୋଗେଶ୍ଵର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଳାସିନୀ ପାତ୍ର ଓ ରସ୍ମିମୟା ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post