ବାଲେଶ୍ୱର, ୧୩/୯ (ଲକ୍ଷ୍ମୀଧର ବାରିକ): ମହାମହିମ ରାଷ୍ଟ୍ରପତି ମାନନୀୟା ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ସମଗ୍ର ଦେଶରେ 'ଆୟୁଷ୍ମାନ ଭଵଃ’ ଅଭିଯାନର ଶୁଭ ଉଦ୍ଘାଟନ ହୋଇଯାଇଛି । ମାନବ ସମାଜର ସୁସ୍ଥ ଓ ଆରୋଗ୍ୟ କାମନା କରି ଏହି ଅଭିଯାନ ଆଗାମୀ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଚାଲିବ । ବାଲେଶ୍ୱର ଜିଲ୍ଲାରେ ଆଜି ଏହି ଅଭିଯାନଟି ଭର୍ଚୁଆଲ୍ ମୋଡ୍ ରେ ମାନ୍ୟବର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । ଏହି ଅଭିଯାନ ଅନ୍ତର୍ଗତ ସମସ୍ତ ସ୍ୱାସ୍ଥ୍ୟ ଭିତ୍ତିକ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ଯଥା ଆୟୁଷ୍ମାନ ସଭା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସାପ୍ତାହିକ ସ୍ୱାସ୍ଥ୍ୟ ମେଳା ଏବଂ ଆରୋଗ୍ୟ କେନ୍ଦ୍ରରେ ସାପ୍ତାହିକ ମେଳା । ସ୍ୱାସ୍ଥ୍ୟ ସମ୍ପର୍କିତ ସୁବିଧାମାନ ସର୍ବଶେଷ ସ୍ତରରେ ଜନସାଧାରଣଙ୍କ ପାଖରେ ଉପଲବ୍ଧ କରାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦେଶ୍ୟ । ଅଣସଂକ୍ରାମକ ରୋଗର ପ୍ରତିକାର ଏବଂ ଚିକିତ୍ସା, ଯକ୍ଷ୍ମା ରୋଗର ନିରାକରଣ, ସ୍ୱେଚ୍ଛାକୃତ ରକ୍ତଦାନ, ଅଙ୍ଗଦାନ ଏବଂ ସିକଲସେଲ ରୋଗର ପରୀକ୍ଷଣ ଓ ଚିକିତ୍ସା ଭଳି ସ୍ୱାସ୍ଥ୍ୟଭିତ୍ତିକ ବିଷୟ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏହି ପକ୍ଷପାଳନ ଅବସରରେ ସ୍ୱଚ୍ଛତା ଉପରେ ଅନେକ କାର୍ଯ୍ୟକ୍ରମ କରାଯିବ । ପ୍ରକାଶ ଥାଉ କି, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ଦୁଲାଲ ସେନ ଜଗତଦେଓ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ମୃତୁଞ୍ଜୟ ମିଶ୍ର, ଭାରପ୍ରାପ୍ତ ଏଲ.ଏମ.ଓ. ଡ. ଲମ୍ବୋଦର ବଳ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଏହି ଅବସରରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ଭାବେ କରାଇବା ସହିତ ଅଭିଯାନକୁ ସଫଳ କରାଇବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ମାନ୍ୟବର ସାଂସଦ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଥିଲେ ।

Post a Comment