ସାମିଲ ହେଲେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ଭୋଗରାଇ ୧୪/୯(ଚିନ୍ମୟ କୁମାର ଦାସ) ଭୋଗରାଇ ବ୍ଳକ୍ ର ୩୦ ନମ୍ବର ଜୋନ ର ଗୁଣ ସାର୍ଥା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଶାଳ ପଦ ଯାତ୍ରାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସାମିଲ ହେଲେ ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଦିଲ୍ଲୀ ର ଅମୃତ ବାଟିକାରେ ସାରା ଦେଶର କୋଣ ଅନୁ କୋଣ ରୁ ବୀର ସହିଦ ଙ୍କ ସମ୍ମାନାର୍ଥେ ସଂଗ୍ରହୀତ ଏହି ମାଟି ସହୀଦ ସ୍କୃତି ଭବନ ନିର୍ମାଣ ପାଇଁ ବିଜେପି ପକ୍ଷରୁ ଉକ୍ତ ମୋ ମାଟି ମୋଦେଶ କାର୍ଯ୍ୟକ୍ରମ ଜାରୀ ରହିଛି । ଯଦ୍ବାରା ଗାଁ ଗହଳିରେ ଭୋଟର ପାଖରେ ପହଞ୍ଚି ଯୋଡି ହେବା ଲକ୍ଷ୍ୟ ରଖାଯାଇଛି। ବିଜେପି କମର୍ଦ୍ଦା ମଣ୍ଡଳର ନୂତନ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ପଦ ଯାତ୍ରାରେ ଗୁଣସାାର୍ଥ । ଉନ୍ନୀତ ଉ ପ୍ରା ବିଦ୍ୟାଳୟ, ଆଗରଦା ଜଗନ୍ନାଥ ମନ୍ଦିର ପରିସରରେ ଏବଂ ହଳଦୀମାଳ ଠାରେ କର୍ମୀ ମାନଙ୍କୁ ଉଦ୍ ବୋଧନ ଦେବା ସହ ସାଂସଦ ବୃକ୍ଷ ରୋପଣ କରିବା ସହ ଗ୍ରାମାଞ୍ଚଳ ରୁ ମାଟି ସଂଗ୍ରହ କରାଯାଇଥିଲା ।ଭୋଗରାଇ ବିଜେପି ନେତା ମାନସ କୁମାର ମହାନ୍ତି , ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ,ସମାଜ ସେବୀ ଆଶୀଷ ମହାନ୍ତି , ସଂଜୀବ କୁମାର ସାହୁ ଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । ମାନ୍ୟ ବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଂ ପ୍ରେରଣାରେ ସାରାଦେଶରେ ଏହି ମାଟିକୁ ସମ୍ମାନ ସହୀଦ ଙ୍କୁ ପ୍ରଣାମ କାର୍ଯ୍ୟକ୍ରମ ଜାରୀ ରହିଛି ।
Post a Comment