ସୁବର୍ଣ୍ଣପୁର ଜିଲ୍ଲା ମହୁଲେ ଗାଁରେ ଦେଶୀ ମଦ ରନ୍ଧା ଚାଲିଥିବା ବେଳେ ୨୦୦ ଲିଟର ଦେଶିମଦ ଜବତ ସହ ୪ଜଣ ଗିରଫ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁ ର ଏକ ଜଙ୍ଗଲ ରୁ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ରେଡ କରି ୪ଜଣ ଙ୍କୁ ଗିରଫ କରିଛି । ସେମାନେ ଚାରି ଜଣ ହେଲେ ମହୁଲେ ଗାଁ ର ବାବୁଲା ନନ୍ଦ,ଭାଗ୍ୟ ନନ୍ଦ ,ପ୍ରେମା ବାଗ ଓ ସାବିତ୍ରୀ ମହାନନ୍ଦ ବୋଲି ଜଣା ପଡିଛି । ସେମାନେ ବହୁ ଦିନରୁ ଏହି ଜଙ୍ଗଲ ରେ ଦେଶୀ ମଦ ରାନ୍ଧି ବେପାର କରୁଥିଲେ । ସେମାନଙ୍କ ଠାରୁ ପାଖାପାଖି ୨୦୦ ଲିଟର ଦେଶୀ ମଦ ଓ ଏହି ମଦ ରନ୍ଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

Post a Comment

Previous Post Next Post