ୱାଟାର ପ୍ଲାଣ୍ଟରେ ଖାଦ୍ୟ ନୀରା ପତ୍ତା ଟିମର ଚଢାଉ


ଅମର୍ଦାରୋଡ , ୧୪/୯(ପ୍ରଭାକର ମଲ୍ଲିକ ): ଜଳ ହିଁ ଜୀବନ। ତେବେ ଲୋକଙ୍କ ଜୀବନ ବଞ୍ଚାଉଥିବା ଜଳ ଯେ କେତେବେଳେ ଜହର ନ ସାଜିବ ସେ କଥା କହିହେବ ନାହିଁ। ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ଅନୁଯାୟୀ ବଜାରରେ ପ୍ୟାକିଙ୍ଗ ଓ ଷ୍ଟିକରିଂ ହୋଇ ବେଧଡକ ଭାବେ ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ପାନୀୟ ଜଳ। ପ୍ୟାକିଂ ପାଣି ବୋତଲ ଓ ପାଣି ପାଉଚ ସହିତ ରି-ଫିଲିଂ ଜାର ବା ରି-ଫିଲିଂ ଡ୍ରମ ପାଣିର ମଧ୍ୟ ବେସ ଚାହିଦା ରହିଛି। ତେବେ ଏହି ପ୍ୟାକିଂ ପାଣି ବା ରି-ଫିଲିଂ ଡ୍ରମ ପାଣି କେତେ ବିଶୁଦ୍ଧ ଓ ପିଇବା ଉପଯୋଗୀ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ। ଏଠାରେ ସୂଚନା ଥାଉକି ଯେ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ, ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତାଡ଼ଦା ପଞ୍ଚାୟତର ଶାସନ ଗ୍ରାମରେ ଥିବା ପାନୀୟ ଜଳ ପ୍ରତିଷ୍ଠାନ ଉପରେ ଅଚାନକ ଭାବେ ବାଲେଶ୍ଵର ଓ ଜଳେଶ୍ଵର ଖାଦ୍ୟ ନିରାପତ୍ତାଅଧିକାରୀ ଟିମ ଚଢାଉ କରିଥିଲା। ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଅନୁଶ୍ରୀ ଖଟୁଆଙ୍କ ନେତୃତ୍ବରେ ,ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ସଶିକାନ୍ତ ବେହେରା ଏବଂ ଅନ୍ୟ ଦୁଇ ସହଯୋଗୀ ଚଢାଉରେ ସାମିଲ ହୋଇଥିଲେ।ଦୀର୍ଘ ଦିନ ହେବ ବେଆଇନ ଭାବେ ଉକ୍ତ ୱାଟାର ପ୍ଲାଣ୍ଟଟି ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇଥିଲା।ତେବେ ଲାଇସେନ୍ସ , ପିଉରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନଥିବାରୁ ବିଭାଗ ପକ୍ଷରୁ ନୋଟିସ ଜାରି କରିବା ସହିତ, ପ୍ଲାଣ୍ଟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିରେ ଖିଲାପି କଲେ ପରବର୍ତ୍ତୀ ଅବସ୍ଥାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Post a Comment

Previous Post Next Post