କୋରାପୁଟ (ଆଜତକ୍ ଓଡ଼ିଶା) ରକ୍ଷା ବନ୍ଧନ ହିନ୍ଦୁଙ୍କ ଏକ ପବିତ୍ର ପର୍ବ । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ। ଭାଇଟିଏ ଭଉଣୀକୁ ପ୍ରତିଶ୍ରୁତି ଦେଇଥାଏ ସବୁ ବିପଦ ଆପଦରୁ ତାକୁ ରକ୍ଷା କରିବାକୁ। ସେଥିପାଇଁ ଭଉଣୀ ଏହି ଦିନଟିକୁ ଖୁବ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଏ। ଶ୍ରାବଣ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପାଳନ କରାଯାଇଥାଏ । ତେବେ ଏହି ଅବସରରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ତାଙ୍କ ବଡ଼ ଏବଂ ସାନ ଭଉଣୀମାନେ ରାକ୍ଷୀ ବାନ୍ଧି ଖୁସି ମନାସିଥିବା ଦେଖିବାକୁ ମିଳିଅଛି । କୋରାପୁଟ ଜିଲ୍ଲାର ତ୍ରିନାଥଙ୍କ ଗାନ୍ଧୀନଗର ବାସଭବନକୁ ଯାଇ ଏପରିକି ସ୍ଥାନୀୟ ପୋଲିସ କଲୋନୀ, ପି.ଏଚ.ଡି କଲୋନୀ, କୋଲାବ ନଗରରେ ବାସ କରୁଥିବା ଭଉଣୀମାନେ ସାମିଲ୍ ହୋଇ ତ୍ରିନାଥଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଆଜିର ଏହି ଶୁଭ ମୁହୂର୍ତ୍ତରେ ନିଜ ଭଉଣୀଙ୍କ ଗ୍ରହଣରୁ ରାକ୍ଷୀ ବାନ୍ଧି ତ୍ରିନାଥ ଅତ୍ୟନ୍ତ ଖୁସିଥିବା ଦେଖାଦେଇଅଛି । ଏତତ୍ ବ୍ୟତୀତ ତ୍ରିନାଥ ନିଜର ପରିବାର ବର୍ଗଙ୍କ ସହିତ ମଧ୍ୟ ସାମିଲ୍ ହୋଇ ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ସରଗରମ୍ କରିଥିବା ଦେଖିବାକୁ ମିଳିଅଛି ।

Post a Comment