ଜଳେଶ୍ୱର ୩/୮:(ଜଗନ୍ନାଥ ଗୋଛାୟତ) ବିଜ୍ଞାନର ଅଗ୍ରଗତି ସହିତ ସରକାରୀ ପ୍ରତ୍ସାହିତ ବଳରେ ଦିବ୍ୟାଙ୍ଗ ମାନେ ସୁସ୍ଥ ସବଳ ମଣିଷ ସହିତ ସମକକ୍ଷ ହୋଇ ପାରୁଛନ୍ତି । ପୁଣି ସମାଜର ମୁଖ୍ୟ ସ୍ରେତରେ ସେମାନଙ୍କୁ ସାମିଲ କରିବାଲାଗି ପଦକ୍ଷେପ ନିଆଯାଉଛି । ଜଳେଶ୍ୱର ବ୍ଲକର କାଳୀକାପୁର ସରକାରୀ ଉନ୍ନିତ ଉପ୍ରାବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପୌରହିତ୍ୟରେ ଦିନିକିଆ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାଇକସିଦା, ପଶ୍ଚିମବାର୍ଡ କ୍ଲଷ୍ଟରର ଶିକ୍ଷକମାନେ ତଥା ଦିବ୍ୟାଙ୍କ ବାପା-ମାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିଆର୍ସିସି ଶ୍ରୀକାନ୍ତ ଧଳ, ସୂଚନା ପ୍ରଦାନ କରିଥିବା ବେଳେ ରାମଚନ୍ଦ୍ର ଜେନା ଦିବ୍ୟାଙ୍ଗଙ୍କ ଭବିଷ୍ୟତ ପ୍ରତି ବାପା ମା ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଆର୍ପି ସୁବ୍ରତ କୁମାର ସୂତାର ଓ ରଂଜିମା ମହାନ୍ତି ବକ୍ତବ୍ୟ ରଖିଥିବା ବେଳେ ବିକ୍ରମ କେଶରୀ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
ଜଳେଶ୍ୱର କ୍ଲଷ୍ଟର ସ୍ତରୀୟ ଦିବ୍ୟାଙ୍ଗ ସଚେତନତା ଶିବିର
ଆଜତକ ଓଡ଼ିଶା
0
Post a Comment