ଓଡିଶା ସରକାରି ମୋଟର ଚାଳକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ


ସୁବର୍ଣ୍ଣପୁର (ଗଣପତି ବାଘ) ଓଡ଼ିଶା ମୋଟର ଚାଳକ ସଂଘର ନିର୍ଦ୍ଦେଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସଂଘ । ଏମାନେ ଦୀର୍ଘ ଦିନରୁ ବିଭିନ୍ନ ସରକାରୀ ଗାଡ଼ି ଚଳାଉ ଥିଲେ ମଧ୍ୟ ଅସ୍ଥାୟୀ ଭାବରେ ଏନାମା ଓ ଡିଏଲ୍ଆର୍ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସେମାନଙ୍କୁ ସ୍ଥାୟୀ ସରକାରୀ କର୍ମଚାରୀ କରିବାକୁ ଦାବି କରିଛନ୍ତି । ଆଗାମୀ ଦିନରେ ଏମାଙ୍କ ଦାବି ପୂରଣ ନହେଲେ ରାଜ୍ୟ ସଂଘ ର ନିଷ୍ପତି କ୍ରମେ ଅନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଏହି ଡ଼୍ରାଇଭର ମାନେ ।

Post a Comment

Previous Post Next Post