ବାଲେଶ୍ବର,୧୯/୭ (ଲକ୍ଷ୍ମୀଧର ବାରିକ):ଓଡ଼ିଶା ସାମ୍ବାଦିକ ୟୁନିଅନ୍ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଜି ଦହପଡ଼ା ସ୍ଥିତ ଭାରତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି କଲେଜ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ସ୍ଵରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସାମ୍ବାଦିକ ୟୁନିୟନର ଏହି ମହତ୍ କାର୍ଯ୍ୟକୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ଦହପଡ଼ା ପଞ୍ଚାୟତ ସରପଞ୍ଚ ପ୍ରଣତି ଜେନା ଓ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଓୟୁଜେ ଜିଲ୍ଲା ସଭାପତି ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଦସ୍ୟ ଅଜିତ କୁମାର ମହାନ୍ତି, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ସଦର ସଂଗଠକ ମହମ୍ମଦ ହାଇଦର ଖାନ, କମଳାକାନ୍ତ ନାୟକ, କହ୍ନେଇ ଚରଣ ପ୍ରଧାନ, ଯୁବନେତା ହରିଶ୍ ଜେନା, କଲେଜର ଟ୍ରଷ୍ଟି ଡ. ଶ୍ରୀମାନ ଶ୍ରୀଚନ୍ଦନ, ମନୋଜ କୁମାର ଜେନା, ଅସିତ୍ କୁମାର ଦାସ, ଆକାଶ ମୋଦୀ, କଲେଜର ଅଧ୍ୟକ୍ଷ ସେକ୍ ଗ୍ୟାସ୍ଉଦ୍ଦିନ, ପ୍ରଦୀପ କୁମାର ଗିରି, ପ୍ରେମଜିତ୍ ସିଂହ, ପ୍ରମିଳା ଦାସ, ମାନସୀ ମଲ୍ଲିକ, ସଗୁପ୍ତା କ୍ୱାଦ୍ରୀ ଓ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଓୟୁଜେ ବାଲେଶ୍ବର ଶାଖା ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Post a Comment