ସମ୍ବର୍ଦ୍ଧିତ ହେଲା "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍", କଳାହାଣ୍ଡି ପରିବାର


ଧର୍ମଗଡ : (ପ୍ରଦିପ ସେଠିଆ) କଟକର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ କଟକ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ କଟକର ସହିଦ ଭବନରେ ସମାରୋହରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନକୁ ନିମନ୍ତ୍ରିତ କରି କଟକ ସେବା ଫାଉଣ୍ଡେସନ ପକ୍ଷରୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍", କଳାହାଣ୍ଡି ପରିବାରର ବ୍ୟାପକ ସେବା କାର୍ଯ୍ୟକୁ ନଜରରେ ରଖି ବହୁ ମାନ୍ୟଗଣ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ " ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍", କଳାହାଣ୍ଡି ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍", କଳାହାଣ୍ଡି ପରିବାରର କୋକସରା ବ୍ଲକ ଟିମ୍ ସଭାପତି ଧନୁର୍ଜୟ ରଣା ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କଟକ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଭାପତି ପପୁ ପାତ୍ର ସେବା କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର କୁ ସମ୍ୱର୍ଦ୍ଧିତ କରି ଉତ୍ସାହିତ କରିଥିବାରୁ "ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍", କଳାହାଣ୍ଡି ପରିବାର କୋକସରା ବ୍ଲକ ଟିମ୍ ର ସଭାପତି ଧନୁର୍ଜୟ ରଣା ଧନ୍ୟବାଦ ଅର୍ପଣ କରିଛନ୍ତି ।

Post a Comment

Previous Post Next Post