ଆଇସିଡିଏସ୍‌ରେ ବେଆଇନ କାର୍ଯ୍ୟକୁ ବିରୋଧ ସିଡିପିଓ ଅଫିସ ଆଗରେ ନିଖିଳ ଅଙ୍ଗନବାଡ଼ି କର୍ମୀ ସଂଘ


ବାଲେଶ୍ୱର,୨୬/୭(ଲକ୍ଷ୍ମୀଧର ବାରିକ): ବାଲେଶ୍ୱର ସଦର ଆଇସିଡିଏସ୍ ପ୍ରକଳ୍ପର ପ୍ରାକ୍ ବିଦ୍ୟାଳୟ ଶିଶୁ ଖେଳଣା ପାଇଁ ଖରିଦ ଅର୍ଥ, ମେଡିସିନ୍ କିଟ୍ ଖରିଦ ପାଇଁ ଅର୍ଥ, ଶିଶୁ ପୋଷାକ, ସ୍ୱେଟର, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଖରିଦ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରର ଯୁଗ୍ମ ବ୍ୟାଙ୍କ୍ ଜମାଖାତାକୁ ଯାଉଥିବା ଅର୍ଥ ବ୍ୟାଙ୍କ୍ ଜମାଖାତାରୁ ଉଠାଇ ପ୍ରକଳ୍ପ ଅଧିକାରୀଙ୍କୁ ଦେବାପାଇଁ କର୍ମୀମାନଙ୍କୁ ବାଧ୍ୟ କରିବା, ଯେଉଁ କର୍ମୀ ଟଙ୍କା ଉଠାଣ କରି ନଦେଲେ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଓ ପରିଦର୍ଶନ ନାଁଆରେ କର୍ମୀଙ୍କ ସ୍ୱାର୍ଥବିରୋଧୀ ମନ୍ତବ୍ୟ ଉଲ୍ଲେଖ କରିବା, ସମସ୍ତ ଟଙ୍କା ନେଇ ନିମ୍ନମାନର ସାମଗ୍ରୀ ଯୋଗାଇବା ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଅଧିକାରୀଙ୍କର ପରିବର୍ତ୍ତନ ନହେବାରୁ ଆଜି ବାଲେଶ୍ୱର ସଦର ପ୍ରକଳ୍ପର ସମସ୍ତ କର୍ମୀ, ମିନିକର୍ମୀ ଓ ସହାୟିକାମାନେ ବାଲେଶ୍ୱର ସଦର ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଅତ୍ୟାଚାର ବନ୍ଦ ଓ ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣାରେ ଯୋଗ ଦେଇଛନ୍ତି । ଏହି ଆନ୍ଦୋଳନରେ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ତଥା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ଏଆଇଟିୟୁସିର ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ଜିଲ୍ଲା ସଭାପତି ପ୍ରତିଭା ପାଲ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ, ସଦର ବ୍ଲକ୍ ଉପସଭାପତି ଶକୁନ୍ତଳା ମାଝୀ, ନିୟତି ସାହୁ, ସୁଜାତା ପଣ୍ଡା, ଭାନୁମତୀ ସେଠୀ, ନୀଳିମା ଜେନା, ସ୍ମୃତିରେଖା ମଲ୍ଲିକ, କଳ୍ପନା ଦାସ, ରଶ୍ମିତା ନାୟକ, ଜୟନ୍ତୀ ବେହେରା, ଶିବାନୀ ହାତେଇ, ସୁମିତ୍ରା, ବାସନ୍ତୀ ଦାସ, ପ୍ରଣତି, କାଞ୍ଚନ ନାୟକ, ନାରାୟଣୀ ବେହେରା, କବିତା ଶତପଥୀ ଓ ମନ୍ଦାକିନୀ ପଣ୍ଡା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସଂଘ ପକ୍ଷରୁ ୧୦ଦଫା ଦାବି ରଖିଛନ୍ତି।(କ) ବିଗତ ଦିନରେ ଅଫିସ୍‌କୁ ମମତା ଏବଂ ଅନ୍ୟାନ୍ୟ ବୈଠକକୁ ଡାକି ବୈଠକବାବଦକୁ ଟି.ଏ/ ଡି.ଏ ଦେବାର ସରକାରୀ ନିର୍ଦ୍ଦେଶନାମା ଥାଇ ସୁଦ୍ଧା ଦସ୍ତଖତ କରିନେଇ ଏପର୍ଯ୍ୟନ୍ତ କୌଣସି ଅର୍ଥ ଦେଉନାହାନ୍ତି। (ଖ) ବାରିପଦାଠାରେ ଅନୁଷ୍ଠିତ ହୋଇଥିବା ରିଫ୍ରେସର ଟ୍ରେନିଂ ପାଇଁ ଅଙ୍ଗନୱାଡ଼ି କର୍ମୀ ବସ୍ ଯୋଗେ ଯାତ୍ରା କଲେ ମୁଣ୍ଡପିଛା ୧୦୦ ଟଙ୍କା ବସ୍‌ଭଡ଼ା ପଡ଼ୁଥିବାବେଳେ ତାଲିମ ପାଇଁ ଯାଇଥିବା ପ୍ରତ୍ୟେକ କର୍ମୀଙ୍କ ଠାରୁ ମୁଣ୍ଡପିଛା ୧୪୦୦ଟଙ୍କା ହାରରେ ଗସ୍ତଖର୍ଚ୍ଚ ଆଦାୟ କରାଯାଇଛି। ଇସିସି ଟ୍ରେନିଂ ଏବଂ ମୋବାଇଲର ନୂଆ ନୂଆ ଆପ୍ ବାବଦକୁ କୌଣସି ଟ୍ରେନିଂ ଓ ଟ୍ରେନିଂ ବାବଦକୁ କୌଣସି ଅର୍ଥ ପ୍ରଦାନ କରାଯାଇନାହିଁ । ଯାହାଫଳରେ କର୍ମୀମାନେ ପୋଷଣ ଟ୍ରାକର କାର୍ଯ୍ୟ କରିବାରେ ସମ୍ପୂର୍ଣ୍ଣ ଅବଗତ ହୋଇପାରୁନାହାନ୍ତି। ପୋଷଣ ପାଖୱାଡ଼ା କାର୍ଯ୍ୟକ୍ରମ ସରକାରଙ୍କ ଅନୁଦାନ ଥିବାବେଳେ କର୍ମୀଙ୍କୁ ଘରୁ ପିଠାପଣା, ଅନ୍ୟାନ୍ୟ ସାମଗ୍ରୀ ଆଣିବାପାଇଁ ବାଧ୍ୟ କରିଥିଲେ । ଏ ବାବଦକୁ କୌଣସି ଖର୍ଚ୍ଚ ଦେଇନାହାନ୍ତି। କୁନି କ୍ୟାଲେଣ୍ଡର (ଘରେ ଘରେ ଅରୁଣିମା) ବାବଦକୁ ସରକାରଙ୍କ ଠାରୁ ୫ଶହ ଟଙ୍କା ମିଳୁଥିବାବେଳେ ଆମେ ଆପଣଙ୍କଠାରୁ ଅଧିକ ମୂଲ୍ୟ ଦେଇ ନେବାକୁ ବାଧ୍ୟ କରିଛନ୍ତି । (ଏପରିକି ଆମ୍ଭେ ନିଜେ ପ୍ରିଣ୍ଟ୍ କରିବାରୁ କ୍ୟାଲେଣ୍ଡର ପିଛା ୨.୫୦ଟଙ୍କା ପଡ଼ୁଥିବାବେଳେ ଆପଣ ୪ଟଙ୍କା ହିସାବରେ ନେଇଛନ୍ତି । ଏବଂ ଟି.ଏଚ୍‌.ଆର ଖାତା ବାବଦରେ ୧୦୦ଟଙ୍କା ମିଳୁôଥିବାବେଳେ ଆପଣ ୧୨୦ ଟଙ୍କାରେ ଆମକୁ ଦେଇଛନ୍ତି । ଏହା ଏକ ବ୍ୟବସାୟଭିତ୍ତିକ କାର୍ଯ୍ୟ ଅଟେ। ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଭିନ୍ନ ଦେୟ ଅଙ୍ଗନୱାଡ଼ି କର୍ମୀଙ୍କ ଯୁଗ୍ମ ପାସ୍‌ବହିକୁ ମେଡିସିନ୍ କିଟ୍‌, ଖେଳଣା, ଡ୍ରେସ୍‌, ସ୍ୱେଟର, କଣ୍ଟିଜେନ୍‌ସି ଓ ଅନ୍ୟାନ୍ୟ ବାବଦକୁ ଅର୍ଥ ପ୍ରଦାନ କରି ଉକ୍ତ ଟଙ୍କା ଆମଠୁ ଆଦାୟ କରି ବିଭିନ୍ନ କଣ୍ଟ୍ରାକ୍ଟରଙ୍କ ମାଧ୍ୟମରେ ନିମ୍ନମାନର ଜିନିଷ ଆମକୁ ପ୍ରଦାନ କରୁଛନ୍ତି । ପ୍ରତିବାଦ କରିବାରୁ ଆମ୍ଭଙ୍କୁ ଆକ୍ରୋଶମୂଳକ ଭାବରେ ନିର୍ଯ୍ୟାତନା ଦେଉଛନ୍ତି। ଏତତ୍ ବ୍ୟତୀତ କେନ୍ଦ୍ରରେ ଇଲେକ୍‌ଟ୍ରିକ୍ ବାବଦକୁ, ପୋଷଣ ଟ୍ରାକର ବାବଦକୁ ବକେୟା ଇନ୍‌ସେନ୍‌ଣ୍ଟିଭ୍‌, ଓଏସ୍‌.ସି.ବି.ସି. ସର୍ଭେ ବାବଦକୁ, ମମତା ଇନ୍‌ସେନ୍‌ଣ୍ଟିଭ୍ ବାବଦକୁ କୌଣସି ଅର୍ଥ ପ୍ରଦାନ କରିନାହାନ୍ତି।ଏସ୍‌.ଏନ୍‌.ପି. ବାବଦକୁ ନିୟମିତ ଅର୍ଥ ପ୍ରଦାନ କରାଯାଉ। ସରକାରଙ୍କ ନିୟମ ଅନୁଯାୟୀ ବର୍ଷରେ ଗ୍ୟାସ ବାବଦରେ ଗତ ୨୦୨୨ ମେ’ରୁ ଏପର୍ଯ୍ୟନ୍ତ ୧୭୦୦ ଟଙ୍କା ଯୁଗ୍ମଖାତାକୁ ପ୍ରଦାନ କରିଛନ୍ତି । ବର୍ଦ୍ଧିତ ମୂଲ୍ୟ ସିଲିଣ୍ଡର ପିଛା ୧୨୧୧ ଟଙ୍କା ହିସାବରେ ସଠିକ୍ ସମୟରେ ଅର୍ଥ ପ୍ରଦାନ କରାଯାଇନାହିଁ। ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତ୍ରୀ ବୀମା ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ବଜାର ଦର ଅନୁଯାୟୀ ଏସ୍‌.ଏନ୍‌.ପି. ବାବଦକୁ ଅର୍ଥ ପ୍ରଦାନ କରାଯାଉ। ସଂଘ ଅଭିଯୋଗ କରିଥିବା ବେଳେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ସିଡିପିଓ ଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଉପ-ଜିଲ୍ଲାପାଳ କୁନାଲ୍ ମୋତିରାମ ଚୌହାନ ସଂଘର କର୍ମକର୍ତ୍ତାଙ୍କୁ ଡାକି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହ ଆବଶ୍ୟକ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Post a Comment

Previous Post Next Post