ଜଳେଶ୍ୱର ୨୫/୦୭ (ଜଗନ୍ନାଥ ଗୋଛାୟାତ) ମଣିପୁରରେ ଆଦିବାସୀ ମହିଳାଙ୍କ ଉପରେ ବର୍ବୋର୍ଚ୍ଚିତ ଆକ୍ରମଣ ଓ ଲଜ୍ୟା ଘଟଣାକୁ ନେଇ ଅଖିଳ ଭାରତ କୃଷକ ସଭା, କ୍ଷେତ ମଜଦୂର ୟୁନିଅନ, ସି. ଆଈ. ଟି. ୟୁ. ଏବଂ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପୂର୍ବାହ୍ନ୍ନରେ ଏକ ପଟୁଆର ସହର ପରିକ୍ରମା କରିବା ପରେ ବସ ଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭାରେ ତୁରନ୍ତ ମଣିପୁରରେ ଶାନ୍ତି ଫେରେଇବା ମହିଳାଙ୍କ ସୁରକ୍ଷା ମାନବିକତା ଗଣତନ୍ତ୍ର ସମ୍ବିଧାନକୁ ରକ୍ଷା କରିବା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ସହ ଅବିଳମ୍ବେ ମଣିପୁର ମୁଖ୍ୟମନ୍ତ୍ରୀ ଓ ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦେବା ପାଇଁ ଦାବି କରାଯାଇଛି । ଯେଉଁ ଭଳି ଭାବରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଗଣ ଧର୍ଷଣ କରି ଉଲଗ୍ନ କରି ରାସ୍ତାରେ ଚଳାଇ ଶୋଭାଯାତ୍ରା କରାଗଲା ଏହା ସବୁଠୁ ଲଜ୍ୟା ଜନକ ଘଟଣା । ଏହି ଘଟଣାରେ ଜଣେ ପୀଡ଼ିତାଙ୍କ ସ୍ୱାମୀଙ୍କ ଲୁହଭରା ବକ୍ତ୍ୟବ ଥିଲା -ମୁଁ ନିର୍ବାକ ମୁଁ ଦୁଃଖିତ!! ମୁଁ କାର୍ଗିଲରେ ଦେଶକୁ ରକ୍ଷା କରିଥିଲି, କିନ୍ତୁ, ମୋ ନିଜ ଦେଶରେ ମୋ ସ୍ତ୍ରୀଙ୍କ ଇଜ୍ଜତ ରକ୍ଷା କରିପାରିଲି ନାହିଁ । ଆଜକୁ ତିନି ମାସ ଧରି ମଣିପୁର ଜଳୁଛି । ସହ ସହ ଲୋକଙ୍କର ଜୀବନ ଯାଇଛି ହଜାର ହଜାର ଘର ଜଳିଛି । ଷାଠିଏ ହଜାରରୁ ଅଧିକ ଲୋକ ଘର ଛାଡି ଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କର ରାଜନୀତିକ ଖେଳ ଚାଲିଛି । ଆର ଏସ ଏସ ଓ ବିଜେପିର ଏହି ଭୟାନକ ଖେଳ ତୁରନ୍ତ ବନ୍ଦ କରି ମଣିପୁରରେ ଶାନ୍ତି ଫେରାଇ ଆଣି ଗଣତନ୍ତ୍ର, ସମ୍ବିଧାନ ଓ ମାନବିକତାର ଧ୍ବଜା କାଏମ ରଖିବା ପାଇଁ ବକ୍ତା ମାନେ ଆହ୍ୱାନ ଦେଇ ଥିଲେ । ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଶିଶିର ହୁଈ, ଦୀପ୍ତିମାନ ଆଚାର୍ଯ୍ୟ, ମମି ପଣ୍ଡା, ପଲ୍ଲଟୁ ଦାସ, ଦିଲୀପ ପରିଡା, ଜିତାଂଶୁ ନନ୍ଦୀ, ଜୀବନ ପରିଡା,ମଦନ ମାହାଲି, ଭାଗବତ ପ୍ରଧାନ, ନିର୍ମଳ ପରିଡ, ଧନଞ୍ଜୟ ପଲାଇ, ଗଣେଶ ଭୂୟାଁ, ରବୀନ୍ଦ୍ର ବାରିକ, ପ୍ରକାଶ ଦେ,ଧୀରେନ୍ଦ୍ର ଦେ, ଆରତୀ ପଲାଇ ରାଜିବ ପଣ୍ଡା, ସବିତା ଭୂୟାଁ, ମହୁଆ ବସୁ, ରୂପଵାଣି ସିଂ, ଗୋବିନ୍ଦ ଜେନା, ଲଷ୍ମୀଧର ପଳାଇ, ମମତା ରାଜ, ଚନ୍ଦନ ଶତପଥୀ ପ୍ରମୁଖ ଯୋଗ ଦେଇ ଥିଲେ ।
ମଣିପୁର ମୁଖ୍ୟମନ୍ତ୍ରୀ ଓ ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମଣିପୁରରେ ଶାନ୍ତି ଫେରେଇ ଆଣିବା ଦାବିରେ ପ୍ରତିବାଦ ସଭା ଓ ଶୋଭାଯାତ୍ରା
ଆଜତକ ଓଡ଼ିଶା
0
Post a Comment