ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର


ବାଲେଶ୍ଵର,୨୩/୭(ଲକ୍ଷ୍ମୀଧର ବାରିକ) କ୍ୟାମ୍ପସରେ ଏକ ଛତ୍ରବାଦ ଶାସନକୁ ସହନ କରିବନି ଏବିଭିପି କାହା ପ୍ରରୋଚନାରେ ସଚିବଙ୍କ କାର୍ଯ୍ୟକ୍ରମରେ କ୍ୟାମ୍ପସରୁ ବସରେ ନିଆଯାଉଛନ୍ତି ଛାତ୍ରଛାତ୍ରୀ । ଓଡିଶାର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ଅବସ୍ଥାକୁ ଗଲାଣି।ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ବରେ ଭୃଣ ହତ୍ୟା କରୁଛନ୍ତି ଓଡିଶା ସରକାର । ବିଭିନ୍ନ ପ୍ରକାର ବାହାନ ଦେଖାଇ କ୍ୟାମ୍ପସ୍ ରେ ଶୈକ୍ଷିକ ବାତାବରଣ ଆଣିବା ପାଇଁ ନିର୍ବାଚନ ବନ୍ଦ କଥା ରାଜ୍ୟ ସରକାର କହିଥିଲେ । କିନ୍ତୁ ଶୈକ୍ଷିକ ବାତାବରଣ ର ଉଦହାରଣ କଣ ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନଏଏସି ଗ୍ରେଡ୍ କମିବା?ମହର୍ଷି ମହାବିଦ୍ୟାଳୟ, ବିଜେବି କଲେଜରେ ଅଣଛାତ୍ର ମାନଙ୍କ ଆତଙ୍କ ରାଜ, ନା ଗଞ୍ଜାମ୍ ର ବିନାୟକ ଆଚାର୍ଯ୍ୟ କଲେଜରେ ରେଗିଙ୍ଗି ଘଟଣା ରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ୍ କମିଟି ଆବାହକଙ୍କ ସମ୍ପୃକ୍ତି। କ୍ୟାମ୍ପସକୁ ଗୁଣ୍ଡାରାଜ ଦ୍ୱାରା ଚଳାଇବା ପାଇଁ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରଖା ଯାଇଛି।ଏବେ ଆଉ ଗୋଟିଏ ଦୃଶ୍ୟ ବି ସାମ୍ନାକୁ ଆସୁଚି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ କ୍ୟାମ୍ପସ୍ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟକ୍ଷ ମାନେ ବସରେ ସଭାକୁ ନେଇ କରି ଯାଉଛନ୍ତି । ଢେଙ୍କାନାଳ ରେ ମଠକରୋଗଳ କଲେଜର ବିଦ୍ୟାର୍ଥୀମାନଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣା ଗ୍ରସ୍ତ ହେଲା । ଆଜି ସମ୍ବଲପୁର ଜିଲ୍ଲା ଗସ୍ତରେ ଏନଏସସିବି କଲେଜ ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ବାତିଲ କରାଇ ବସରେ ପଠା ଯାଉଥିଲା ଯାହାକୁ ଏବିଭିପି ଜୋରଦାର୍ ବିରୋଧ କରିଛି । ପ୍ରଶ୍ନ ଉଠୁଛି ଏହି ସବୁ ଘଟଣାରେ ଦାୟୀ କିଏ ରହିବ କାହା ପ୍ରରୋଚନାରେ କଲେଜ ଅଧ୍ୟକ୍ଷ ମାନେ ବିଜୁ ଛାତ୍ର ଜନତା ଦଳ ଅଧ୍ୟକ୍ଷ ଭଳି ସଚିବଙ୍କ କାର୍ଯ୍ୟକ୍ରମକୁ ସଂଖ୍ୟା ଯୋଗାଡୁଛନ୍ତି । ଆଜି ରାଜ୍ୟରେ ଅଧ୍ୟାପକ ପଦବୀ ଖାଲି ପଡିଛି । କ୍ୟାମ୍ପସରେ ଦୁର୍ନୀତି ବଢିବାରେ ଲାଗିଛନ୍ତି । ବାଙ୍କୀ କଲେଜରେ ଗ୍ୟାଲେରୀ ଭୁଶୁଡ଼ିଯାଉଚି, ରମାଦେବୀ ବିଶ୍ୱବିଦ୍ୟାଳୟର 5t ପାଚେରୀ ଭୁଶୁଡ଼ିଯାଉଚି, ଭଦ୍ରକ କଲେଜରେ ଜାଲ ସାର୍ଟିଫିକେଟ୍ ଘଟଣା ସାମ୍ନାକୁ ଆସିଲା । କ୍ୟାମ୍ପସ୍ ରେ ମାଳ ମାଳ ସମସ୍ୟା ତାରା ସମାଧାନ କରିବାରେ ରାଜ୍ୟ ବିଫଳ ବୋଲି ଜିଲ୍ଲା ସଂଯୋଯକ ପ୍ରଦୀପ କୁମାର ମଣ୍ଡଳ କହିଛନ୍ତି । ଗତ କାଲି ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ କାର୍ଯ୍ୟକାରିଣୀ ରେ ଏଇ ବିଷୟରେ ଚର୍ଚ୍ଚା ହେଲା କି? ରାଜ୍ୟର ଶିକ୍ଷା ର ସମସ୍ୟା ବିଷୟରେ ସ୍ଵର ଉତ୍ତୋଳନ କରିବ କି ବିଜୁ ଛାତ୍ର ଜନତା ଦଳ । ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ମଣ୍ଡଳ ଦାବି କରିଛନ୍ତି ଯେ ତୁରନ୍ତ ରାଜ୍ୟ ସରାକର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଓ ସଚିବଙ୍କ ପାଇଁ କଲେଜ ଅଧ୍ୟକ୍ଷ ମାନଙ୍କ ସଂଖ୍ୟା ଯୋଗଡ କରିବା ବନ୍ଦ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ୟାର ସମାଧାନ ନ ହେଲେ କ୍ୟାମ୍ପସ୍ ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଓ ସରକାରଙ୍କ ବିରୋଧରେ ଆନ୍ଦୋଳନ ହେବ। ଜିଲ୍ଲାର ସମସ୍ୟା ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ଧରି କ୍ୟଣ୍ଟିନ ଓ ଅଡିଟୋରିମ ସମସ୍ୟା, ଅଣଛାତ୍ର ମାନଙ୍କ ପ୍ରବେଶ, ଛାତ୍ରୀ ମାନଙ୍କ ସୁରକ୍ଷା ସମସ୍ୟା, ସିଲାବସ ନ ସାରି ପରୀକ୍ଷା। ବାଲେଶ୍ୱର ମହିଳା କଲେଜ ରେ ଶ୍ରେଣୀଗୃହ ର ଅଭାବ(ମାତ୍ର ୪ଟି ),ପାର୍କିଂଏରିଆ , ୱାଶ ରୁମ୍ ର ଅଭାବ। ଏମିତିକି କଲେଜ ମାସିକ ୯୦୦୦ ଟଙ୍କା ଭଡ଼ା ରେ ଚାଲିଛି। ଭୋଗରାଇ ମହିଳା ମହାବିଦ୍ୟାଳୟ ରେ ହଷ୍ଟେଲ, କମନ ରୁମ୍, ଟଏଲେଟ୍, ପାଚେରୀ ର ଅଭାବ, ଛାତ୍ରୀ ସୁରକ୍ଷା କୁ ନେଇ ସମସ୍ୟା। ନୀଳଗିରି କଲେଜ ରେ ଫାଟକ ନାହିଁ, ଟଏଲେଟ୍ ଏବଂ ପାନୀୟଜଳ ର ଅସୁବିଧା। ବାଲେଶ୍ୱର ସହର ରେ ଖ୍ୟାତନାମା ଇଞ୍ଜନିଆରିଂ କଲେଜ ରେ ହଷ୍ଟେଲ ର ଅବ୍ୟବସ୍ଥା। ଜଳେଶ୍ଵର ଡି କେ କଲେଜ ରେ ଅଧ୍ୟାପକ ଅଭାବ, ଅଣଛାତ୍ର ପ୍ରବେଶ। ଜିଲ୍ଲାର ଶିକ୍ଷା ସମସ୍ୟା ସମାଧାନ ସହ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା ହେଉ। ପ୍ରେସ ବାର୍ତ୍ତାରେ ଜିଲ୍ଲା ସଂଯୋଜକ ପ୍ରଦୀପ ମଣ୍ଡଳ, ଜିଲ୍ଲା ସହ ସଂଯୋଜକ ସଞ୍ଜୀବ କୁମାର ମହାରଣା, ଜିଲ୍ଲା ସହ ସଂଯୋଜିକା ସ୍ଵାତୀ ଦେ, ବିଭାଗ ଏସଏଫଡି ସଂଯୋଜକ ଶୁଭ୍ର ସମ୍ବିତ ନାୟକ ଉପସ୍ଥିତ ଥିଲେ।

Post a Comment

Previous Post Next Post