ଜିଲ୍ଳା ସ୍ତରୀୟ କଳାକାର ଜ୍ୟୋତିର୍ବିଦ ମହାସଭା


ନୂଆପଡ଼ା (ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନଃରୁଦ୍ଧାର ପରିଷଦ ଓଡିଶା ଓ କୋମନା ବ୍ଲକ ଜ୍ୟୋତିର୍ବିଦ ସଂଘଙ୍କ ମିଳିତ ଆନୁକୂଲ୍ୟରେ ନୂଆପଡ଼ା ଜିଲ୍ଳାର ଖଡ଼ିଆଳ ବ୍ଳକ ଗଡ୍ରା ମୁଣ୍ଡା ନିକଟସ୍ଥ ସହାଭାଗୀ ବିକାଶ ଅଭିଯାନ ପ୍ରାଙ୍ଗଣରେ ଜିଲ୍ଲା ସ୍ତରିୟ ଜ୍ୟୋତିର୍ବିଦ ସଭା ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ଶ୍ରୀଯୁକ୍ତ ଦିନନାଥ ଦୁବେ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥିଭାବେ ସ୍କାର୍କ ଓଡିଶା ସଭାପତି, ଶ୍ରୀଯୁକ୍ତ ତ୍ରୀମନ ମାଝୀ, ମୁଖ୍ୟ ବକ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ, DR, ଅର୍ଜୁନ ବାଗ,ଅଶୋକ କୁମାର ନାୟକ, କୃଷ୍ଣ ଚନ୍ଦ୍ର ବୈଠାରୁ, ନରହରି ଭୋଇ, ଉଗ୍ରେସନ ମାଝୀ, ଦେବେନ୍ଦ୍ର ଛତ୍ରିଆ, ନୀଳକଣ୍ଠ ରଣା, ନୀଳାମ୍ବର ମାଝୀ, ଜ୍ୟୋତି ପ୍ରକାଶ ସୁପକାର, ମଞ୍ଚାସୀନ ଥିଲେ, ଜିଲ୍ଲାରୁ ୧୫୦ଜଣ ସଦସ୍ୟ ଯୋଗଦାନ କରିଥିଲେ, ଶ୍ରୀଯୁକ୍ତ ବସନ୍ତ କୁମାର ଶବର ମଞ୍ଚ ପରିଚାଳନା କରିଥିଲେ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମାଝୀ ଅଭିଭାଷଣ ମାଧ୍ୟମରେ କହିଲେ ଯେ ସଂଗଠନ କୁ ମଜଭୂତ କରିବାକୁ ହେଲେ ଆମ ସମସ୍ତ ଙ୍କୁ ଏକ ହେବାକୁ ପଡିବ ବୋଲି କହିଥିଲେ ଜିଲ୍ଲା କମିଟି ଗଠନ ଉପରେ ବିଶେଷ ଆଲୋଚନା କରିଥିଲେ । ଜିଲ୍ଲା କମିଟି ଗଠନ ପରେ ସରକାରଙ୍କ ୧୮୬୦, ଅନୁଯାଇ, ପଞ୍ଜିକରଣ କରିବାକୁ ହେବ ଜିଲ୍ଲା ମହୋତ୍ସବ ପାଳନ ପାଇଁ ମଧ୍ୟ ମତରଖି ଥିଲେ ମାଝୀ ଙ୍କ କଥା କହିବା ପରେ ଉପସ୍ଥିତ ସମସ୍ତ ସଦସ୍ୟ ଶହମତି ପ୍ରଦାନ କରିଥିଲେ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବାଗ ଜ୍ୟୋତିର୍ବିଦ ଗଣନା ଉପରେ ଅନେକ ପ୍ରକାର ଧାରା ଉପରେ ଆଲୋକ ପାତ କରିଥିଲେ ସମସ୍ତେ ସାଦର ସହିତ ଗ୍ରହଣ କରିଥିଲେ, ସଭାପତି ଶ୍ରୀଯୁକ୍ତ ଦୁବେ ସମସ୍ତ ପ୍ରସ୍ତାବ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଳି ମତାମତ ଦେଇ ଥିଲେ।ଜିଲ୍ଳା ଜ୍ୟୋତିର୍ବିଦ ସଂଘ ନୂଆପଡ଼ା ର ଜିଲ୍ଲା କମିଟି ଗଠନ କରାଗଲା। ନୂଆପଡା ଜିଲ୍ଳା ଜ୍ୟୋତିର୍ବିଦ ସଂଘ ର କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି । ଏଥିରେ DR, ଅର୍ଜୁନ ବାଗ ସଭାପତି ଦିନନାଥ ଦୁବେ,ନୀଳକଣ୍ଠ ରଣା,,ନୀଳାମ୍ବର ମାଝୀ,ଉପସଭାପତି ଦେବେନ୍ଦ୍ର ଛତ୍ରିଆ ସମ୍ପାଦକ ମହେନ୍ଦ୍ର ସୁନାନୀ ସହସମ୍ପାଦକ ଦିବ୍ୟ ନାରାୟଣ ବୈଠାରୁ,ସହସମ୍ପାଦକ ଡୋଳେଶ୍ୱର ଦାସ, ସହସମ୍ପାଦକ ବୈକୁଣ୍ଠ ଶଗରୀଆ କୋଷଦକ୍ଷ ଉଗ୍ରେସନ ମାଝୀ, ସଭ୍ୟ,ବଳିୟାର ମାଝୀ, ଏହି ବୈଠକ ଚୟନ କରାଗଲା ।

Post a Comment

Previous Post Next Post