ଉତ୍କଳ ସମ୍ମିଳନୀ ପକ୍ଷରୁ ବିଛିନ୍ନାଂଚଳରେ ପାଠ୍ୟ ପୁସ୍ତକ ବଣ୍ଟନ


ଜଳେଶ୍ୱର (ଜଗନ୍ନାଥ ଗୋଛାୟତ) ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ଓଡିଶାର ସୀମା ଆରପଟେ ୪ଟି ରାଜ୍ୟର ୨୨ଟି ଜିଲ୍ଲାରେ ଲକ୍ଷଲକ୍ଷ ଓଡିଆ ଭାଷା ଭାଷୀ ଲୋକ ରହିଗଲେ । ବିଛିନ୍ନାଂଚଳରେ ରହିଥିବା ସେହି ଓଡିଆ ଭାଷୀ ଲୋକଙ୍କ ମଧ୍ୟରେ ଉତ୍କଳୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିବା ପାଇଁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ୬୦୫ଟି ଚାଟଶାଳୀ ଖୋଲାଯାଇଛି । ପ୍ରତ୍ୟେକ ଚାଟଶାଳୀରେ ଜଣେ ଲେଖାଏ ଓଡିଆ ଶିକ୍ଷୟିତ୍ରୀ ନିଯୁକ୍ତ କରାଯାଇ ମାତୃଭାଷାରେ ଅକ୍ଷର ଶିକ୍ଷାଦେବା ସହିତ ଓଡିଆ ଲେଖିବା ପଢିବା ଏବଂ ଓଡିଆରେ କଥାବାର୍ତା କରିବା ପାଇଁ ପ୍ରୋତ୍ସାହିତ କରାଯାଇ ଆସୁଅଛି । ଏହି କ୍ରମରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ଓ ପଶ୍ଚିମ ମେଦିନିପୁର ଜିଲ୍ଲାର ୭୨ଟି ଓଡିଆ ଚାଟଶାଳୀରେ ଶିକ୍ଷା ଲାଭ କରୁଥିବା ଶିକ୍ଷାର୍ଥୀଙ୍କୁ ପାଠ୍ୟ ପୁସ୍ତକ ବିତରଣ କରାଯାଇଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରଦତ ପୁସ୍ତକକୁ ଉକôଳ ସମ୍ମିଳନୀ ମାଧ୍ୟମରେ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଂପାଦକ କମଳ ଚକ୍ରବର୍ତୀ, ଜଳେଶ୍ୱର ଶାଖା ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର, ଭୋଗରାଇ ଶାଖା ସଂଗଠକ ସୁଶାନ୍ତ ନାୟକ, ପୂର୍ବ ମେଦିନିପୁର ଜିଲ୍ଲା ଶାଖା ସଭାପତି ସମୀର ପତି, ସଂପାଦକ ମୋହିତ ଆଚାର୍ଯ୍ୟ, ପଶ୍ଚିମ ମେଦିନିପୁର ଶାଖା ସଭାପତି ଅଭିମାନ ସେନ, ସଂପାଦକ ଚନ୍ଦନ କୁଇଲା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ମେଦିନିପୁର ଜିଲ୍ଲା ପରିଦର୍ଶକ ସୁବାଶ ବେରା ପରିଚାଳନା କରିଥିଲେ ।

Post a Comment

Previous Post Next Post