ଜଳେଶ୍ୱରରେ ଶଂକର ଜାତୀୟ ନାପିଏର ଘାସ ଚାଷ ଶିକ୍ଷା ଶିବିର ଅନୁଷ୍ଠିତ


ଜଳେଶ୍ୱର, ୦୧।୦୭ (ଜଗନ୍ନାଥ ଗୋଛାୟତ) ଶଂକର ଜାତୀୟ ନାପିଏର ଘାସ ଚାଷ କରିବାର ଏକ ଶିକ୍ଷା ଶିବିର ସ୍ଥାନୀୟ ସାଇରାମ ହୋଟେଲ ସମ୍ମିଳନୀ କକ୍ଷରେ ମାଆ ଜୟଚଣ୍ଡି ବାୟ ଫୁଏଲ ଓ ଅରର୍ଗାନିକ ଫାର୍ମିଙ୍ଗ ଲିମିଟେଡ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବ୍ଲକ ସଭାପତି ମାନସ କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ମୁଖ୍ୟ ବକ୍ତା ଓ ପ୍ରଶିକ୍ଷକ ଭାବେ ଦିଲ୍ଲୀର ଏମ୍.ସି.ଏଲ୍ କୋମ୍ପାନୀର ବରିଷ୍ଠ ଅଧିକାରୀ ରୁପେନ୍ଦ୍ର ପରମାର ଯୋଗଦେଇ ଚାଷ କରିବାର ପ୍ରଣାଳୀ, ଉପକାରିତା ଓ ଲାଭ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଶିବିରରେ ମାଆ ଜୟ ଚଣ୍ଡି କୋମ୍ପାନୀର ପରିଚାଳକ ସଂଜୟ କୁମାର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଏହି ଚାଷ କରିବା ଦ୍ୱାରା ଚାଷୀ ବର୍ଷକୁ ୧ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର କରିବାର ଏକ ମାଧ୍ୟମ ପାଇପାରିବ ବୋଲି କହିଥିଲେ । ଚାଷୀ ଏହି ଘାସଚାଷ କରିବା ପରେ ଏହି ଉତ୍ପାଦିତ ଘାସକୁ ଏମସିଏଲ କୋମ୍ପାନୀ କିଣିବା ସହିତ ଏହି ଚାଷ ପାଇଁ ଋଣ ପ୍ରଦାନ କରିବ ବୋଲି କହିଥିଲେ । ତାଲିମ ଶିବିରରେ ଜଳେଶ୍ୱର ବ୍ଲକର ବିଭିନ୍ନ ପଂଚାୟତରୁ ଚାଷୀମାନେ ଯୋଗଦେଇଥିଲେ । ଶେଷରେ ଦୂର୍ଗା ଶଂକର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post