ଜଳେଶ୍ୱର ୧୧/୬ (ଜଗନ୍ନାଥ ଗୋଛାୟତ): ଜିଲ୍ଲାର ସହର ମଧ୍ୟ ଡିଜେ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହେଉଥିଲେ । ଏଥିନେଇ ସ୍ଥାନୀୟ ଓ ଜିଲାସ୍ତରୀୟ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ ହେଉଥିଲା । ବିଶେଷ ଭାବରେ ଜଳେଶ୍ବର ସହରରେ ରାତି ୧୦ଟା ପରେ ବାହାଘର ବ୍ରତ କାର୍ଯ୍ୟରେ ଡିଜେର ବିକଟାଳ ଶବ୍ଦ ଅସନ୍ତୋଷର କାରଣ ହୋଇଥିଲା । ପୂର୍ବରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରିଥିଲେ ସହରବାସୀ ଫଳରେ ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶ ନଂ ୧୯୭ ତା ୧୫-୫-୨୩ ଅନୁଯାୟୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଏବଂ ବାଲେଶ୍ୱର, ଜଳେଶ୍ୱର, ସୋର ପୌରପାଳିକାର ନିର୍ବାହୀ ଅଧିକାରୀ, ବାଲେଶ୍ୱର, ଜଳେଶ୍ୱର, ସୋର, ରେମୁଣାର ତହସିଲଦାର ମାନଙ୍କୁ ଚିଠି ଯୋଗେ ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ ଜଳେଶ୍ୱର ପୌରପାଳିକା ପକ୍ଷରୁ କୌଣସି କାର୍ଯ୍ୟକ୍ରମରେ ଡିଜେ ବ୍ୟବହାର ନ କରିବାକୁ କୁହାଯାଇଛି ।

Post a Comment