ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ପୁରୁଣା କଟକ ରେ ଇଂରାଜୀ ସମ୍ମାନ ର ଶେଷ ବର୍ଷ ଛାତ୍ରମାନ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଭାଗୀୟ ମୁଖ୍ୟ ଡ଼ ପ୍ରମୋଦ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ମହାବିଦ୍ୟାଳୟ ର ଅଧକ୍ଷ ଡ଼ ରମେଶ ଚନ୍ଦ୍ର ତାରେନିଆଁ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଡ଼ ପ୍ରକାଶ କୁମାର ମେହେର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ମହାବିଦ୍ୟଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ମଙ୍ଗଳ କାମନା କରିଥିଲେ। ଛାତ୍ରୀ ପ୍ରଦିପ୍ତି ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ପୂଜାରାଣି ଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ।
 ଆଜିର ଦିନରେ ମଧ୍ୟ ଶେଷ ବର୍ଷ ଇଂରାଜୀ ସମ୍ମାନ ର ଛାତ୍ର ଛାତ୍ରୀ ମାନଙ୍କର ଡିଷଟେସନ ମୌଖିକ ପରୀକ୍ଷା କରାଯାଇଥିଲା।ବାହ୍ୟ ପରୀକ୍ଷକ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଡ଼ ପ୍ରକାଶ କୁମାର ମେହେର ଯୋଗ ଦେଇ ସମସ୍ତ ଡିସ ଟେସନ କୁ ପରୀକ୍ଷା ନିରୀକ୍ଷା କରିଥିଲେ ।

Post a Comment

Previous Post Next Post