ଜଳେଶ୍ୱର ୨୬/୫ (ଜଗନ୍ନାଥ ଗୋଛୟତ) ଜଳେଶ୍ୱର ସହରର ସତ୍ୟନାରାୟଣ ମନ୍ଦିର ସମ୍ମିଳନୀ କକ୍ଷରେ ବିଜେପି ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହି ବୈଠକରେ ରଣନୀତି ପ୍ରସ୍ତୁତ କରିବା ସହ ମହା ଜନସମ୍ପର୍କ ଅଭିଯାନକୁ ସଫଳ କରିବା ପାଇଁ ଯୋଜନା କରାଯାଇଥିଲା । ଜଳେଶ୍ୱର ବିଜେପିର ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନରେ ଦଳର ନେତା ଓ କାର୍ଯ୍ୟକର୍ତ୍ତା ୨୯ ମଇ ଠାରୁ ୩୦ ଜୁନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ, କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ ସମ୍ମିଳନୀ ସହ ପ୍ରତ୍ୟେକ ମଣ୍ଡଳରେ ବିଶାଳ ଜନସଭା ସହ ଘରକୁ ଘର ବୁଲି ସୁଶାସନ, ସେବା ଓ ଗରିବ କଲ୍ୟାଣର ବାର୍ତ୍ତା ସାଧାରଣ ଲୋକଙ୍କୁ ଦେବେ । ଉକ୍ତ ବୈଠକରେ ଜିଲ୍ଲା ଉପସଭାପତି ପ୍ରବୀର କୁମାର ପ୍ରଧାନ, ସାଂସଦ ବ୍ଲକ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ,ସିଦ୍ଧାର୍ଥ ଶଙ୍କର ପାଳ, ବୈଠକ ପ୍ରଭାରୀ ସଂଜୀବ ସେନାପତି, ପୂର୍ବତନ କାଉନସିଲର ଅନନ୍ତ ଦାସ, ସିଦ୍ଧେଶ୍ୱର ପଣ୍ଡା ,ନୀଳମାଧଵ ଦେ,ସିଦ୍ଧାର୍ଥ ଶଙ୍କର ପାଳ, ପରମାନନ୍ଦ ମହାପାତ୍ର,ସଂଜୀବ ସେନାପତି,ବରେନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସ୍ଵପ୍ନେଶ୍ଵର ମଣ୍ଡଳରେ ମଧ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ତପନ ବିଶ୍ୱାଳ, ତନ୍ମୟ ଚନ୍ଦ, ରବୀନ୍ଦ୍ର ଜେନା, ସାବିତ୍ରୀ ଜେନା,ଆଦିତ୍ୟ ନାରାୟଣ ପାତ୍ର, ସତ୍ୟ ନାରାୟଣ କର,ପ୍ରମୁଖ

Post a Comment