ମହାଭାରତ ପରାୟଣ ଜ୍ଞାନ ଯଜ୍ଞ ଯୋଗୁଁ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ..... ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସହିତ ଆନନ୍ଦ ବଜାର


ଧର୍ମଗଡ (ପ୍ରଦିପ ସେଠିଆ) ୦୪/୦୫- ଧର୍ମଗଡ ଉପଖଣ୍ଡର ଗ୍ରାମାଞ୍ଚଳ ଗୁଡିକରେ ଏବେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଉପଖଣ୍ଡର ଜୟପାଟଣା ବ୍ଲକ ର ଉମେର, ଗୋଲାମୁଣ୍ଡା ବ୍ଲକର ଗୋଲାମୁଣ୍ଡା ଓ କୁମ୍ଭାରି ଏବଂ ଧର୍ମଗଡ ବ୍ଲକର ତରାପୂର୍ ଠାରେ ମହାଭାରତ ପରାୟଣ ଜ୍ଞାନ ଯଜ୍ଞ ହେଉଥିବାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । ଅଞ୍ଚଳର ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ଏହି ମହାଭାରତ ପରାୟଣ ଜ୍ଞାନ ଯଜ୍ଞ ରେ ପ୍ରସାଦ ସେବନ ର ଆୟୋଜନ କରାଯାଉଥିବା ବେଳେ ଶ୍ରଦ୍ଧାଳୁ ଏହି ଜ୍ଞାନ ଯଜ୍ଞ ରେ ଉପସ୍ଥିତ ରହି ଭାଗବତ କଥା ଶୁଣିବା ସହିତ ଆନନ୍ଦ ବଜାର ରେ ପ୍ରସାଦ ସେବନ କରି ପୁଣ୍ୟ ଲାଭ କରୁଛନ୍ତି । ଆଜି ଧର୍ମଗଡ ବ୍ଲକ ତରାପୁର ଠାରେ ଚାଲିଥିବା ମହାଭାରତ ପରାୟଣ ଜ୍ଞାନ ଯଜ୍ଞ ରେ ଧର୍ମଗଡ ବ୍ଲକ୍ ବୋଡ଼େନ ପଞ୍ଚାୟତ ସମିତି ସଭ୍ୟା ସୌଦାମିନୀ ଛତ୍ରିଆ ସ୍ବାମୀ ଟେକଚାନ୍ଦ ଛତ୍ରିଆ, ବଗାଡ ପଞ୍ଚାୟତ ସମିତି ସଭ୍ୟା ଗୀତା ସାହୁ ସ୍ବାମୀ ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ଥବିର୍ ପ୍ରସାଦ ସାହୁ, ତାରାପୁର ଗ୍ରାମର ହେମଲତା ସାହୁ ସ୍ବାମୀ ଶଙ୍କର ପ୍ରସାଦ ସାହୁ, କର୍ଲକୋଟ ଗ୍ରାମର ପ୍ରମିଳା ସରାପ୍ ସ୍ବାମୀ ପ୍ରଦୀପ ସରାପ, ତାରାପୁର ଗ୍ରାମର ଭୂମିଶୁତା ଚଲାନ ସ୍ବାମୀ ଗୋବିନ୍ଦ ଚଲାନ, ଦାସୀ ଗାଁ ର ମହେଶ୍ୱର ସାହୁ ଏହି ୬ଟି ପରିବାର ତରଫରୁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ମହାଭାରତ ପରାୟଣ ରେ ଭାଗବତ କଥା ଶୁଣିବା ସହିତ ପ୍ରସାଦ ସେବନ କରିଥିଲେ । ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଇଙ୍ଗିତ ପଣ୍ଡା, ବିଦ୍ୟାଧର ସାହୁ ପ୍ରମୁଖ ଆଜି ଉପସ୍ଥିତ ରହି ଆଶୀର୍ବାଦ ନେବା ସହ ଆୟୋଜକ କମିଟି କୁ ଉତ୍ସାହିତ କରିବା ସହିତ ପ୍ରସାଦ ସେବନ କରିଥିଲେ ।

Post a Comment

Previous Post Next Post