ବିଦ୍ୟୁତ ତାର ଚୋରି ସନ୍ଧେହରେ ଗାଡି ସହ ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବଲାରଙ୍ଗା ହାଇସ୍କୁଲ୍ ଛକ ଠାରେ ଟାଟାପାୱାର ଲେଖା ଥିବା ଏକ ତାର ବୋଝେଇ ପିକଅପ ଗାଡ଼ି କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଗାଡ଼ି ରେ ଥିବା ଡ୍ରାଇଭର ଓ ଗାଡ଼ିକୁ ଅଟକ ରଖିଛନ୍ତି । ବଲାରଙ୍ଗା ଗ୍ରାମର ଆଖ ପାଖ ଅଞ୍ଚଳରେ ପୂର୍ବରୁ ବହୁ ଥର ବିଦୁତ୍ ଖୁଣ୍ଟ ଭାଙ୍ଗି ୧୧ କେଭି ବିଦ୍ୟୁତ୍ ତାର ଚୋରୀ ମଧ୍ୟ ହୋଇସାରିଥିବ ବିନିକା ଥାନାରେ ଅଭିଯୋଗ ହୋଇସାରିଛି । ତେଣୁ ଆଜି ଟାଟା ପାୱାର ଲେଖା ଥିବା ଏକ ବୋଲେରୋ ପିକଅପ ଗାଡି ସେହି ଅଞ୍ଚଳରେ ବୁଲୁଥିବାର ଅଞ୍ଚଳବାସି ଦେଖିବା ପରେ ଅଟକାଇଥିଲେ । ସେମାନଙ୍କ ପାଖରୁ କୌଣସି ସଠିକ ଉତ୍ତର ନପାଇବାରୁ ଚୋରି କରୁଥିବା ସନ୍ଧେହ କରିଥିଲେ ଓ ବିନିକା ପୋଲିସ କୁ ଖବର ଦେଇଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଫଳରେ ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ଉତ୍ତେଜନା କୁ ପ୍ରଶମିତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Post a Comment

Previous Post Next Post