ମଦ ପିଇ ମାତାଲ ହେଲେ ପ୍ରଧାନ ଶିକ୍ଷକ , ଦୀର୍ଘ ସମୟ ଧରି ଘେରି ରଖିଲେ ଅଭିଭାବକ


ଜଳେଶ୍ୱର ୪/୪ (ଜଗନ୍ନାଥ ଗୋଛାୟତ) ମଦ ପିଇ ଆସି ସ୍କୁଲରେ ପ୍ରଧାନ ଶିକ୍ଷକ ମାତାଲ ହେଲେ। ପିଲାଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ କ୍ଲାସ ରୁମରେ ଶୋଇଲେ ପ୍ରଧାନ ଶିକ୍ଷକ ଶୋଇଲେ। କ୍ୟାମେରା ଦେଖି କ୍ୟାମେରା ଆଗରେ ଡାନ୍ସ କଲେ ସାର ଅଭିବାଭକ ପହଞ୍ଚିବାରୁ ସ୍କୁଲରୁ ପଳେଇ ଯାଉଥିବା ବେଳେ ପିଲାମାନେ ଓ ଅଭିଭାବକ ସାରଙ୍କୁ ଧରି ଆଣି ବସେଇ ଦେଲେ । ଏଭଳି ଘଟଣା ଘଟିଛି ଜଳେଶ୍ବର ବ୍ଲକ ତୋଟାପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁଚିରାମ ମାରାଣ୍ଡି ପ୍ରତ୍ୟେକ ଦିନ ସ୍କୁଲକୁ ମଦ୍ୟପାନ କରି ଆସୁଥିବା ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିବାଭକ ବାରମ୍ବାର ଅଭିଯୋଗ କରୁଥିଲେ ଶୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିଲା । ତେବେ ପ୍ରଧାନ ଶିକ୍ଷକ ପ୍ରଚୁର ମଦ୍ୟପାନ କରି ଆସି ଶ୍ରେଣୀ ରେ ଚିତ ହୋଇ ଶୋଇ ଥିଲେ । ପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜିତ କୁମାର ପାଳ ଓ ଅଭିବାଭକ ମାନେ ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ଜେନାଙ୍କୁ ଖବର ଦେବାରୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି। ଅଭିବାଭକ ଓ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ବଦଳି ସହିତ ଅନ୍ୟ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି ।ତଦନ୍ତକରିବାକୁ ଆସିଥିବା ଅଧିକାରୀ ଲିଖିତ ପ୍ରତିଶ୍ରୁତି ନଦେଲେ ଛାଡ଼ିବୁନି ବୋଲି ଅଡ଼ି ବସିଲେ ଅଭିଭାବକ ଫାଟକରେ ପକେଇଲେ ତାଲା,ଦୀର୍ଘସମୟ ପରେ ଅଧିକାରୀ ଜଣକ ଦେଲାପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯିବା ସହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲାପରେ ପ୍ରଧାନ ଶିକ୍ଷକଙ୍କୁ ଅଭିଭାବକ ମାନେ ଛାଡ଼ିଥିବା ସୂଚନା ମିଳିଛି।

Post a Comment

Previous Post Next Post