ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ରେ କାନ୍ଦିଲେ ସହ ଶିକ୍ଷକ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀ


ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ଶିକ୍ଷକ ହେଉଛନ୍ତି ପିଲାମାନଙ୍କ ର ଦ୍ୱିତୀୟ ଗୁରୁ, ବାପା ମାଆ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଗୁରୁ । ସାର ପିଲାମାନଙ୍କୁ ସବୁ ପ୍ରକାର ର ଜ୍ଞାନ ଦିଅନ୍ତି,ବାପା ମାଆ ପିଲାଙ୍କୁ ଜନ୍ମ ଦେବା ସହିତ, ଲାଳନ ପାଳନ କରିଥାନ୍ତି କିନ୍ତୁ କିଛି ସମୟ ପାଇଁ ଅର୍ଥାତ ସ୍କୁଲ ରେ ଶିକ୍ଷକ ବାପା ମାଆ ହୋଇ ପିଲାମାନଙ୍କୁ ପାଠ ପଢ଼େଇବା ସହିତ ବ୍ୟବହାର ଶିକ୍ଷା ଦେଇଥାନ୍ତି ।
 ସେଦିନ ଥିଲା ୬/୭/୧୯୮୯ମସିହା। ଏହାରି ଭିତରେ ବିତିଯାଇଛି ୩୪ ବର୍ଷ, ବଦଳିଛି ସମୟ ଓ ସାମାଜିକ ସ୍ଥିତି । କିନ୍ତୁ ବଦଳିନାହି ମୃତୁଞ୍ଜୟ ରାଉତ ଙ୍କ ବିଚାର ଧାରା। ତାଙ୍କର ଛାତ୍ର ବତ୍ସଳ ଉଚ୍ଚାରଣ ହିଁ ତାଙ୍କର ଆଚରଣ । କାଳୀଚରଣ M.E ସ୍କୁଲ ଦାନ୍ତୁଣିଦା ର ପ୍ରଧାନ ଶିକ୍ଷକ ମୃତୁଞ୍ଜୟ ରାଉତ। ବିଦାୟ କାଳୀନ ସଭା ରେ ସହଶିକ୍ଷକ ଙ୍କ ସହିତ ଛାତ୍ର ଛାତ୍ରୀଗଣ କାନ୍ଦି ପକାଇଥିଲେ । ମୃତୁଞ୍ଜୟ ରାଉତ ଜୀବନର ଦୀର୍ଘ ୩୪ ବର୍ଷ (୧୯୮୯ ଠାରୁ ୨୦୨୩ ) ସ୍କୁଲ ଓ ପିଲାଙ୍କୁ ଶିକ୍ଷ୍ୟା ଦେବା ସହ ସ୍କୁଲ ର ଉନ୍ନତି ପାଇଁ ଚଳଚଞ୍ଚଳ ଥିଲେ। ଏଇ ବିଦାୟକାଳୀନ ସଭାରେ ମୁଖ୍ୟ ଅତିଥିଭାବେ ବାଲିଆପାଳ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଜେନା (BEO) , ମୁଖ୍ୟ ବକ୍ତା ପିପିଲି ମହାବିଦ୍ୟାଳୟ ଜଗାଇ ର ଅଧ୍ୟାପକ ଶ୍ରୀଯୁକ୍ତ ଦୟାନିଧି ସାହୁ , ସମ୍ମାନିତ ଅତିଥି BRCC ଶ୍ରୀମତୀ ଆରତୀ ଭୂୟାଁ, ଶ୍ରୀଯୁକ୍ତ ମନ୍ମଥ କୁମାର ବିଶ୍ବାଳ, ଶ୍ରୀଯୁକ୍ତ ନନି ଗୋପାଳ, ଶ୍ରୀଯୁକ୍ତ ନରହରି ଜେନା, ଶ୍ରୀଯୁକ୍ତ ଭଗବାନ ମୁର୍ମୁ, ଶ୍ରୀଯୁକ୍ତ ଗୌରୀଶଙ୍କର ସାର୍। ସଭା କାର୍ଯ୍ୟ କୁ ସଭାପତିତ୍ବ କରିଥିଲେ ପୁରାତନ ଛାତ୍ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବୈଜ୍ଞାନିକ ଡଃ ସୁଜିତ୍ କୁମାର ସୀ। ପରିଚାଳନା କରୁଥିଲେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ। ପରିଶେଷରେ ସମସ୍ତ ଶିକ୍ଷକ ଓ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Post a Comment

Previous Post Next Post