ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ଗ୍ରୀଷ୍ମଋତୁ ଆରମ୍ଭ ରୁ ଶୁଖିଲା ପଡିଛି ମହାନଦୀ । ଯାହାକୁ ନେଇ ଏବେ ଚିନ୍ତାରେ ବୋୖଦ୍ଧ ଜିଲ୍ଲାର ନଦୀକୁଳିଆ ବାସୀ । ସ୍ଥିତି ଏଭଳି ହୋଇଛି ଯେ ବିସ୍ତୀର୍ଣ୍ଣ ବାଲୁକା ମରୁଭୂମି ପାଲଟିଛି ମହାନଦୀ ପଠା । ମହାନଦୀ ପାଠରେ ଥିବା ମନମୁଣ୍ଡା, ବାଉଁସୁଣୀ, ବୌଦ୍ଧ, କଲେଶ୍ୱର, ବଙ୍କାପଡା, କୃଷ୍ଣ ମହୋନ ପୁର, କରଡ଼ି, ହାଟଗାଁ, ସାମ୍ପୋଚ, ଝରାସାହି (ବୁଦ୍ଧ ଦେବ ନଗର )ରାମଗଡ, କୋଇଲିସୁତା, ଉଆଁଳ, କଂକଲା, ଧଳପୁର, ତେନ୍ତୁଳି ପଦର,ବୁଲୁରା, ପାଣୀଘରା, ମାଲିକପଡା ହରଭଙ୍ଗା, ଅତଲସରା, ତୀରଡ଼, ମାରଡ଼ା ଆଦି ନଦୀ କୂଳରେ ଜଳ କଷ୍ଟ । ଶୁଖି ଯାଉଛି ଓଡ଼ିଶାର ଲାଇଫ ଲାଇନ । ମରୁଭୂମି ପାଳଟୁଛି ଓଡ଼ିଶାର ବଡ଼ ନଦୀ । ଚିନ୍ତାରେ ମତ୍ସଯିବି,ଚାଷୀକୁଳ ଓ ସାଧାରଣ ଜନତା । ଗ୍ରୀଷ୍ମ ଋତୁ ଆରମ୍ଭ ରୁ ସ୍ଥିତି ହେଲାଣି ସଂଗୀନ । ବୌଦ୍ଧ ଜିଲ୍ଲାର ସୋନପୁର ସୀମାନ୍ତ ମନମୁଣ୍ଡା ଠାରୁ ଜିଲ୍ଲାର ସୀମାନ୍ତ ଅତଲସରା ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ଦେଇ ମହାନଦୀ ଜିଲ୍ଲାର ସୀମା କୁ ଲାଗି ପ୍ରବାହିତ ହେଉଛି । ବିଗତ ବନ୍ୟାରେ କୁଳ ଲଙ୍ଘନ କରୁଥିଲା ମହାନଦୀ ଓ ଗୋଟିଏ ସ୍ରୋତରେ ପ୍ରବାହିତ ହେଉଥିଲା ହଜାର ହଜାର କ୍ୟୁସେକ ଜଳ । ନଦୀରେ ରହିଥିଲା ଅକାତ ଅକାତ ପାଣି । କିନ୍ତୁ ଖରା ଦିନ ଆରମ୍ଭ ରୁ ନଦୀର ଚିତ୍ର କିଛି ଅଲଗା । ଏବେ ସେଠାରେ ଆଣ୍ଠୁଏ ବି ପାଣି ନାହିଁ । ଗ୍ରୀଷ୍ମଋତୁ ଆରମ୍ଭରୁ ଜଳ ସ୍ରୋତ କମିବାରେ ଲାଗିଛି। ବିସ୍ତୀର୍ଣ୍ଣ ବାଲୁକା ମରୁଭୂମି ପାଲଟିଛି ମହାନଦୀ ପଠା । ଆଗକୁ ଆହୁରି ଗ୍ରୀଷ୍ମଋତୁ ରହିଛି ଖରା ବଢିବ ଉତ୍ତପ୍ତ । ଜଳ ସ୍ରୋତ କମିବାର ଦେଖି ଏବେ ଚିନ୍ତାରେ ବୌଦ୍ଧଜିଲ୍ଲାର ଶହ ଶହ ମାଛ ଧରାଳି । ନଦୀରେ ପାଣି ନଥିବାରୁ ମାଛ ମାରି ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି । ଶେଷରେ ନିଜ କୌଳିକ ବୃତ୍ତି କୁ ଛାଡି ଗାଁ ର ଲୋକେ ଦାଦନ ଖଟି ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ନଦୀକୂଳିଆ, ବାଉଁସୁଣୀ, ବୌଦ୍ଧ, କାଲେଶ୍ଵର, ବଙ୍କାପଡା, କୃଷ୍ଣ ମୋହନ ପୁର, କରଡ଼ି, ହାଟ ଗାଁ, ଝରାସାହି, ସାମ୍ପୋଚ, କୋଇଲିସୁତା, ରାମଗଡ, ଧଳପୁର, ହରଭଙ୍ଗା, ଡିଆଁ ଘାଟ, କୁଡାସିଙ୍ଗା, ଅତଲସରା, ମାରଡ଼ା ମାଛ ଧରାଳି ନିଜର ମତ ରଖିଛନ୍ତି। ଏପଟେ ପ୍ରାକୃତିକ ବିପର୍ଯୟ ମାଛ ଧରାଳିଙ୍କୁ ଦାଉ ସାଧୁଥିବା ବେଳେ ବେଆଇନ ଡିନାମାଇଣ୍ଟ ବିସ୍ପୋରଣ କରି ଜଳ ସମ୍ପଦ ଓ ଜଲଚର ସମ୍ପଦ ଧ୍ୱଂସ କରୁଛି ମାନବ ଜାତି। ଜଳ ସ୍ରୋତ କମି ଯିବାରୁ ଜଳ ଯୋଗାଣ ବିଭାଗ କରିଥିବା ପାଣି ଧାର ମଧ୍ୟ ଶୁଖିବାକୁ ଲାଗିଲାଣି। । ମହାନଦୀ ରେ ଜଳ ସ୍ତର କମି ଯାଉ ଥିବାରୁ ପ୍ରତି ବର୍ଷ ଜଳ କଷ୍ଟ ଭୋଗୁଛନ୍ତି ସହର ବାସିନ୍ଦା । ସେହିପରି ସମାନ ଅବସ୍ଥା ହେଉଛି ନଦୀ କୁଳିଆ ଚାଷିମାନଙ୍କ ର । ନଦୀ ରେ ପାଣି ନଥିବାରୁ ଏବେ ଚାଷ ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକ ଅକାମି ହୋଇ ଗଲାଣି । ଯାହାଫଳରେ ଏବେ ଚାଷି ନଦୀ କୂଳରେ ଥାଇ ମଧ୍ୟ ଦୁଇଫସଲି ଧାନ ଚାଷ କି ପନିପରିବା ଚାଷ କରି ପାରୁନାହିଁ । ୧୯୮୨ମସିହା ବନ୍ୟା ପର ଠାରୁ ବାଲି ରେ ପୋତି ହେବାରେ ଲାଗିଛି ମହାନଦୀ ର ଶଯ୍ୟା । ସେପଟ ଛତିଶଗଡ଼ ର ବ୍ୟାରେଜ ମହାନଦୀ ପାଣି କୁ ଅଟକେଇ ରଖିଛି । ଯାହାଫଳରେ ନଦୀ ରେ ଖରା ଦିନେ ପାଣି ରହୁନଥିବା ବେଳେ ବର୍ଷା ଦିନେ ବନ୍ୟା ପରିସ୍ଥିତି ସୃଟି ହେଉଛି । ତେଣୁ ମହାନଦୀ ରୁ ବାଲି ଉଦ୍ଧାର ଓ ପ୍ରବାହିତ ହେଇ ବୋହି ଯାଉଥିବା ଲକ୍ଷ ଲକ୍ଷ କ୍ୟୁସେକ ନଦୀଜଳ ସଂଗୃହିତ ବ୍ୟବସ୍ଥା କଲେ ନଦୀ ତଳ ଶଯ୍ୟା ଅଞ୍ଚଳ ଲୋକେ ବର୍ଷା ଦିନେ ବନ୍ୟା ଦାଉରୁ ରକ୍ଷା ପାଇବା ସହ ଖରା ଦିନେ ବୌଦ୍ଧ ଜିଲ୍ଲାରେ ଆଉ ପାଣିର ସଙ୍କଟ ରହିବ ନାହିଁ । ଜଳ କଷ୍ଟ ଓ ବନ୍ୟା ରୁ ରକ୍ଷା ପାଇବା ପାଇଁ କୌଣସି ଦୀର୍ଘ ମିଆଦୀ ଯୋଜନା କରାଯିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Post a Comment