ଖଡ଼ିଆଳ ବ୍ଲକ ବାଦୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଆହାନା ଅସିନ ଦାସ ପ୍ରଥମ ସ୍ଥାନ


ଖଡ଼ିଆଳ : (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଆହାନା ଅସିନ ଦାସ ଷଷ୍ଠ ଶ୍ରେଣୀର ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ରଖିଛନ୍ତି। ସେ ୱାର୍ଡ ନଂ୧ ର ସୁଶ୍ରୀ. ଆହାନା ଅସିନ ଦାସ ପ୍ରଥମ ସ୍ଥାନ ଅଧିକାର କରି କୃତି ଅର୍ଜନ କରିଛନ୍ତି । ତାଙ୍କର ପିତା ଜଗଦିପ କୁମାର ଦାସ ଉତ୍କଳ ସରକାରୀ ଉ.ପ୍ରା.ବିଦ୍ୟାଳୟ, ମିଶନ ଓ ମାତା ସମୀକ୍ଷାମୟୀ ସରକାରୀ ଉ.ପ୍ରା. ବିଦ୍ୟାଳୟ , ଲୋହରପାଲିରେ ଶିକ୍ଷକତା କରୁଛନ୍ତି। ସୁଶ୍ରୀ ଦାସ ଇମ୍ପେରିଆଲ ପ୍ରେସିଡେନସି ସ୍କୁଲ, ଖଡ଼ିଆଳରେ ଶିକ୍ଷ ଲାଭ କରୁଥିଲେ । ସୁଶ୍ରୀ ଦାସ ନିଜର ସଫଳତା ନିମନ୍ତେ ପ୍ରଥମେ ପ୍ରଭୁ ପିତାମାତାଙ୍କ ଆଶୀର୍ବାଦ ଓ ଇମ୍ପେରିଆଲ ପ୍ରେସିଡେନସି ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଚେୟାରମେନ ଡଃ.ଅସିତ କୁମାର ସୁପକାରଙ୍କ ବିଦ୍ୟାଳୟ ପରିଚାଳନା ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।

Post a Comment

Previous Post Next Post