ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ


ହରଭଙ୍ଗା :୪/୪ (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ଠାରେ ଆଜି ମଙ୍ଗଳବାର ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହୋଇଛି!ଏହି ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ଙ୍କ ଅଧକ୍ଷତା ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିବା ବେଳେ, ଟ୍ରାଫିକ ନିୟମ, ହେଲମେଟ ବ୍ୟବହାର, ସିଟ ବେଲ୍ଟ ବ୍ୟବହାର, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା ଓ ମଦ୍ୟପାନ ନ କରିବା ଆଦି ବିଷୟରେ ଛାତ୍ର ଛାତ୍ରୀଙ୍କୁ ସଚେତନତା ଦିଆଯାଇଥିଲା। ଅନ୍ୟ ତମ ଅତିଥିଭାବେ ଇତିହାସ ବିଭାଗ ଅଧ୍ୟାପକ ତଥା ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ ର ସଂଯୋଜକ ଜୀବନ କେତେ ମୂଲ୍ୟବାନ ଓ ବେପରୁଆ ଗାଡି ଚାଳନା ନ କରିବା ପାଇଁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଇଁରାଜୀ ଅଧ୍ୟାପିକା ପୂଜାରାଣୀ ଦେଓ ଟ୍ରାଫିକ ନିୟମ ଉପରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକ୍ରମ ରେ ସମସ୍ତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମିଳିତ ଭାବେ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ପାଇଁ ଶପଥ ପାଠ କରିଥିଲେ।

Post a Comment

Previous Post Next Post