ଧର୍ମଗଡ,(ପ୍ରଦୀପ ସେଠୀଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଞ୍ଚଲରେ ଥିବା ଛ ଟି ଯାକ ବ୍ଲକରେ ନିୟମିତ ବ୍ଲକ ଶିକ୍ଷାଧିକାରୀ ନାହାନ୍ତି। ସବୁ ଯାକ ବ୍ଲକରେ ଅତିରିକ୍ତ ଦାୟିତ୍ବରେ ଏହି ପଦବୀ । ଫଳରେ ଶିକ୍ଷା ବିଭାଗରେ ବିଭାଗୀୟ କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ସୂଚନା ଅନୁଯାୟୀ, ଧର୍ମଗଡ ଉପଖଣ୍ଡରେ ଥିବା ଧର୍ମଗଡ ,ଜୁନାଗଡ଼ , ଗୋଲାମୁଣ୍ଡା, କଲମପୂର୍, କୋକସରା ଓ ଜୟପାଟଣା ପ୍ରଭୁତି ଛ 'ଟି ବ୍ଲକରେ ନିୟମିତ ଗୋଷ୍ଟି ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିରହିଛି। ଅତିରିକ୍ତ ଦାୟିତ୍ବରେ ଏହି ସବୁ ଚାଲିଛି।ପୂର୍ବରୁ ଗୋଲାମୁଣ୍ଡା ଓ ଜୟପାଟଣା ବ୍ଲକ ରେ ନିୟମିତ ବିଇଓ ରହିଥିଲେ ।ତେବେ ଗତ ୩୧ ତାରିଖରେ ଗୋଲାମୁଣ୍ଡା ବିଇଓ ନବ କିଶୋର ସାହୁ ଯିଏ କି ଧର୍ମଗଡ ବିଇଓ ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ ଅବସର ଗ୍ରହଣ କରିଛନ୍ତି ଫଲରେ ଦୁଇଟି ଯାକ ବ୍ଲକ ବିଇଓ ପଦ ଖାଲି ପଡ଼ିଛି।ସେହିପରି ଜୟପାଟଣା ବିଇଓ ଧରମା ପ୍ରଧାନ କଲମପୁର ବ୍ଲକର ବିଇଓ ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ ଅବସର ଗ୍ରହଣ କରିବା ପରେ ପୁଣି ଦୁଇଟି ଯାକ ବ୍ଲକ ବିଇଓ ପଦ ଖାଲି ପଡ଼ିଛି। ଏ ଠାରେ ପ୍ରକାଶ ଯୋଗ୍ୟ ଯେ,କୋକସରା ଓ ଜୁନାଗଡ଼ ବ୍ଲକରେ ନିୟମିତ ବିଇଓ ନାହାନ୍ତି। କୋକସରା ବିଇଓ ଭାବେ ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତିରିକ୍ତ ଦାୟିତ୍ବରେ ରହିଥିବା ବେଳେ ଜୁନାଗଡ଼ ବିଇଓ ଭାବେ ଭବାନୀପାଟଣା ବିଏମସି ହାଇସ୍କୁଲ ପ୍ରଧାନ ଶିକ୍ଷକ ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ନିୟମିତ ବିଇଓ ନଥିବାରୁ ଜିପିଏଫ୍, ଇଂକ୍ରୀମେଣ୍ଟ ଇଏଲ ଅନୁମୋଦନ ଆଦି ଶିକ୍ଷକମାନଙ୍କ ବ୍ୟକ୍ତିଗତ ଆଶୁଭିଧା ,ସ୍କୁଲ ତଦାରଖ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମ୍ମନ୍ନ ରେ ଆସୁବିଧା ହୋଇଥିବାର ଦେଖା ଦେଉଛି ।ତୁରନ୍ତ ଖାଳି ଥିବା ସମସ୍ତ ବିଇଓ ପଦବୀ ପୂରଣ ପାଇଁ ଦାବି ହଉଛି।
ଧର୍ମଗଡ ଉପକ୍ଷଣ୍ଡରେ ନାହନ୍ତି ନିୟମିତ ବିଇଓ ; ଅତିରିକ୍ତ ଦାୟିତ୍ଵ ରେ ଚାଲିଛି ୬ଟି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ
ଆଜତକ ଓଡ଼ିଶା
0
Tags
ଖବର ଉପରେ ନଜର
Post a Comment