ମଦ ନିଶାରେ ରେଳ ପଟିତଳେ ଯୁବକ ର ମୃତ୍ୟୁ ସହ ଖେଳ


ଭବାନୀପାଟଣା ୨୬/୩ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲାରେ ମଦ କାରବାର ବେଆଇନ ଭାବେ ବଢ଼ି ଚାଲିଥିବା ବେଳେ ଏହାର କୁ ପ୍ରଭାବ ଜିଲ୍ଲା ର ଯୁବ ଗୋଷ୍ଠୀ ବିଶେଷ କରି କୋମଲ ମତି ଶିଶୁଙ୍କ ଉପରେ ପଡୁଥିବା ଦେଖା ଦେଇଛି । ଏଭଳି ଜଣେ ନିଶାଗ୍ରସ୍ତ ନାବାଳକ ଜୁନାଗଡ଼ ରୋଡ଼ ଲାଞ୍ଜିଗଡ ରେଳପଥ ରେଳ ଲାଇନରେ ସୋଇ ମରଣ ସହ ଖେଳ ଦେଖାଇଥିବା ଭିଡିଓ ସୋସିଆଲ ମେଡିଆରେ ବହୁତ ଭାଇରାଲ ହେଉଛି । ଏପରିକି ଟ୍ରେନ ଯିବା ସମୟରେ ନାବାଳକ ଜଣକ ଟ୍ରାକ ତଳେ ସୋଇ ରହିବା ସହ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମେଡ଼ିଆରେ ଭାଇରାଲ କରିଥିବା ଜଣାପଡିଛି । ଜଣେ ନାବାଳକ ନିଜ ମୋବାଇଲରେ ଭିଡିଓ ଅନ କରି ଚଳନ୍ତା ରେଳ ତଳେ ସୋଇ ରହିଥିବା ଦେଖିବାକୁ ମିଳୁଛି । ତେବେ ନାବାଳକ ସେ କୌଣସି ନିଶାରେ ଏମିତି କରିଛନ୍ତି ବୋଲି ପଷ୍ଟ ଅନୁମାନ କରାଯାଉଛି । ଦିନ ତମାମ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବା ବେଳେ କଳାହାଣ୍ଡି ପୋଲିସ ଏଦିଗରେ କିଛି ପଦକ୍ଷେପ ନେଇନଥିବା ସୂଚନା ମିଳୁଛି ।

Post a Comment

Previous Post Next Post