ଖଡ଼ିଆଳ, ୨୩/୦୩ (ପରମେଶ୍ୱର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ବରଗାଁ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ରଥ ଓ ଦିନିକିଆ ଋଣ କର୍ମଶାଳା ଅନୁଷ୍ଠିତ ହୋଇଛି। ବରଗାଁ ସମବାୟ ସମିତି ସଭାପତି ସତ୍ୟପ୍ରିୟ ମୁଣ୍ଡା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ସମବାୟ କୃଷି ସଚେତନତା ରଥ ବରଗାଁ ଗ୍ରାମପଞ୍ଚାୟତ ସମେତ ସାନମହେଶ୍ୱର ଓ ଖୁଦପେଜ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମକୁ ପରିକ୍ରମା କରି କମ୍ ସୁଧରେ ଚାଷୀମାନଙ୍କୁ ଋଣ ଯୋଗାଇବା ଉପରେ ସଚେତନ କରିବ ବୋଲି ସଭାପତି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସମିତି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment