ବାଲେଶ୍ୱର, (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ର ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ୍ ଗଞ୍ଜା ଲଢ଼େଇ। ତେବେ ସୂଚନାରୁ ପ୍ରକାଶ ସିଂଲା ଥାନା ଅଧୀନ ଭଁଅରେଶ୍ବର ପଦାରେ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ବେଆଇନ୍ ତଥା ବିପଦଜନକ ଗଞ୍ଜା ଲଢ଼େଇ ଦେଖିବାକୁ ମିଳୁଛି। ଲଢ଼େଇ ପାଇଁ କୌଣସି ପ୍ରସାଶନିକ ଅନୁମତି ନଥିବା ବେଳେ ଶହଶହ ଯୁବକ ମଙ୍ଗଳବାର ଓ ଶୁକ୍ରବାର ସେହି ପଦାରେ ଏକତ୍ରିତ ହେଉଥିବାବେଳେ ଗଞ୍ଜା ଗୋଡରେ କାତି ଲଗାଇ ପ୍ରତିଯୋଗିତା ଆରମ୍ଭ ହୋଇଥାଏ। ତେବେ ଏହି ଗଞ୍ଜା ଲଢେଇର ମଜା ମଧ୍ୟ ଲୋକମାନେ ଉଠାଇଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଜୀବନ୍ତ ନୀରିହ ପକ୍ଷୀ ଗଞ୍ଜାର ଗୋଡରେ କାତି ଲଗାଇ ନିରୀହ ପକ୍ଷୀର ଆତ୍ମହତ୍ୟା ପାଇଁ ଠେଲିଦେଇ ମଣିଷମାନେ ମଜା ଉଠାଉଛନ୍ତି। ଦିନକୁ ଦିନ ମଣିଷର ମଣିଷ ପଣିଆ ଲୋପ୍ ପାଇବାକୁ ବସିଲାଣି।ଦିନକୁଦିନ ବିଭିନ୍ନ ଅଞ୍ଚଳରେ ଧାର୍ମିକ କାର୍ଯ୍ୟକ୍ରମ ମାନ ବଢୁଥିବା ବେଳେ ସେହି ପରିମାଣରେ ଆସୁରିକ ପ୍ରବୃତ୍ତି ମଧ୍ୟ ବଡ଼ି ଚାଲିଛି। ଗଞ୍ଜା ଗୋଡରେ କାତି ଲଗାଯାଇଥିବା ବେଳେ ଅସାବଧାନତା ଯୋଗୁଁ ଗଞ୍ଜାଟି ମଣିଷ ଗହଳି ମଧ୍ୟକୁ ପ୍ରବେଶ କରେ ତେବେ ମଣିଷର କ'ଣ ଅବସ୍ଥା ହେବ ? ତେବେ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ଅନୁସାରେ ସ୍ଥାନୀୟ ସିଂଲା ପୋଲିସର ପରୋକ୍ଷ ପ୍ରୋତ୍ସାହନ ରେ ଦିନ ଦ୍ବିପହରରେ ବେଧଡକ୍ ଚାଲିଛି ଗଞ୍ଜା ଲଢ଼େଇ ।

Post a Comment