ଭୋଲାଭଣ୍ଡାରୀ ଅନ୍ନଦାତା ପରିବାର ପକ୍ଷରୁ ସର୍ବତ ବଣ୍ଟନ


ଜଳେଶ୍ବର,୩୧/୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ଅଗ୍ରଣୀ ସମାଜସେବା ସଂଗଠନ ଭୋଲାଭଣ୍ଡାରୀ ଅନ୍ନଦାତା ପରିବାର ପକ୍ଷରୁ ସର୍ବତ ବଣ୍ଟନ। ଜଳେଶ୍ବର ହେଉଛି ଭାଇ ଚାରାର ସହର,ସେଇଥି ପାଇଁ,ପବିତ୍ର ରାମ ନବମୀ ଅବସରରେ ବାସନ୍ତୀ ପଡ଼ିଆ ଶନି ମନ୍ଦିର ନିକଟରେ,ଭୋଳା ଭଣ୍ଡାରୀ ଅନ୍ନଦାତା ପରିବାର ପକ୍ଷରୁ ସମସ୍ତ ରାମଭକ୍ତ ମାନଙ୍କୁ ଥଣ୍ଡା ସର୍ବତ ଯୋଗାଇ ଦିଆଯାଇଥିଲା । 
ଚନ୍ଦନ କୁମାର ଦାସ , ମମତାଜ ଖାନ, ରବୀନ୍ଦ୍ର ଦାସମୋହଦୟଙ୍କ ଦ୍ଵାରା ୨୨୪୫ଟି ଏନର୍ଜୀ ଜୁସ ସହିତ ଥଣ୍ଡା ସର୍ବତ ଏବଂ,ମେଳାରେ ମା ଙ୍କର ଦର୍ଶନ ଲାଭ କରୁଥିବା ଶ୍ରଦ୍ଧାଳୁ ଭକ୍ତ ସହିତ ବଜରଙ୍ଗ ଦଳ ଏବଂ ସାଇବାବାଙ୍କୁ ନେଇ ପରିକ୍ରମା କରୁଥିବା ସାଇବାବାଙ୍କ ଭକ୍ତ ମାନଙ୍କୁ ଯୋଗାଇ ଦିଆଯାଇଥିଲା। ସଙ୍ଗଠନର ସଦସ୍ୟ,ଶ୍ରୀଯୁକ୍ତ ଗିରିଜା ଶଙ୍କର ଦାସ,ଶାନ୍ତନୁ ସେନାପତି , ସରୋଜ ଦାସ,ଗୋବିନ୍ଦ ଦାସ,ସଂଜୀବ ପାତ୍ର, ପ୍ରଳୟ ପାତ୍ର,ହରିଶଙ୍କର ଦାସ, ଲିପୁନ କୁମାର ପଣ୍ଡା,କାଳିଆ ଭାଇ, ସସ୍ମିତା ଦାସ,ସୁମିତ୍ରା ଦାସ,ସାଇ ରଞ୍ଜନ ଦାସ,ବିଶ୍ୱରଞ୍ଜନ ଦାସ,ରଶ୍ମି ରଞ୍ଜନ ଦାଶ ଙ୍କ ସହ ପ୍ରମୁଖ ସଦସ୍ୟ ମାନଙ୍କ ସହଯୋଗ କ୍ରମେ ନବମୀ ଓ ଦଶମୀ ରେ ଭକ୍ତ ମାନଙ୍କୁ ଆପ୍ୟାୟିତ କରାଯାଇଥିଲା।

Post a Comment

Previous Post Next Post