ମହାରାଜା ହାଇସ୍କୁଲର ଶିକ୍ଷୟିତ୍ରୀ ମୀନାକ୍ଷୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମହାରାଜା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମୀନୀକ୍ଷୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଶ ରଂଜନ ରଥଙ୍କ ଅଧ୍ୟକ୍ଷତାରେ ବିଦୟାକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋ ସ୍କୁଲ ଅଭିଯାନର ସଭାପତି ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷୟିତ୍ରୀ ମୀନୀକ୍ଷୀ ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ପ୍ରକାଶ ଥାଉ କି ଶ୍ରୀମତି ପାଣିଗ୍ରାହୀ ୪୦ବର୍ଷର ତାଙ୍କର ଶିକ୍ଷକତା ସମୟରେ କୋତମରା ପ୍ରାଥମିକ ବିଦ୍ୟାଳୟ ଟିଟିଲାଗଡରୁ ଆରମ୍ଭ କରି ଉଲୁଣ୍ଡା ବ୍ଲକ ଦକ୍ଷିଣିପାଲି , ଗୌଡଗାଁ, ସିଣ୍ଢୋଲ, ସୋନପୁର ବ୍ଲକ ଖରଜୁରା , ମାଝିମୁଣ୍ଡା, ଉର୍ଦ୍ଦୁ ସ୍କୁଲ, ବ୍ଲକ କଲୋନୀ ସ୍କୁଲରେ କାର୍ଯ୍ୟ କରି ଶେଷରେ ମହାରାଜା ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଛାତ୍ର ବତ୍ସଳା, ମେଳାପି ତଥା ଉତ୍ତମ ଶିକ୍ଷୟିତ୍ରୀ ଥିଲେ । ତାଙ୍କ ଚାକିରୀ କାଳରେ ସେ ଶହ ଶହ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଆଜି ତାଙ୍କ ବିଦାୟକାଳୀନ ସଭାରେ ଛାତ୍ରଛାତ୍ରୀ ତଥା ତାଙ୍କର ସହଯୋଗୀ ଶିକ୍ଷୟିତ୍ରୀମାନେ ଭାବବିହ୍ବଳ ହୋଇ ତାଙ୍କୁ ଅଶୃଳ ବିଦାୟ ଦେଇଥିଲେ । ଏହି ବିଦାୟକାଳୀନ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post