ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରୀ ।ଗତ କାଲି ବିଳମ୍ବିତ ରାତ୍ରୀରେ ସ୍କୁଲର ତାଲା, ଗେଟ ଭାଙ୍ଗି ବିଦ୍ୟାଳୟରେ ଥିବା ଟିଭି, ଆସବାବ ପତ୍ର ସହିତ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହୋଇଛି । ଦୁର୍ବୁତ୍ତମାନେ ଗତ କାଲି ରାତିରେ ବିଦ୍ୟାଳୟର କମ୍ପ୍ୟୁଟର କଠୋରୀର ତାଲା ଭାଙ୍ଗି ଭିତରେ ଥିବା ଟିଭି ଚୋରାଇ ନେଇଥିବା ସହିତ ଅନ୍ୟଏକ କଠୋରୀରେ ଥିବା ପ୍ରାୟ ଆଠ କ୍ବିଣ୍ଟାଲ ଚାଉଳ ଚୋରାଇ ନେଇଛନ୍ତି ।ଏପରିକି କିଛି ଚାଉଳ ନେଇ ନ ପାରି ଏପଟେ ସେପଟ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ । ଗତ କାଲି ସବୁ ଠିକ୍ ଠାକ୍ ଥିବା ବେଳେ ଆଜି ଦିନ ୧୦ ଟାରେ ଯେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିଥିଲେ ସେତେବେଳେ ଏସବୁ ଦେଖିବାକୁ ପାଇଥିଲେ । ତୁରନ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା କମିଟୀକୁ ଜଣାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ବିଦ୍ୟାଳୟକୁ ପହଂଚି ଅନୁସନ୍ଧାନ ଜାରୀ ରଖିଛି । ତେବେ ବିଗତ ଦିନରେ ଏହି ବିଦ୍ୟାଳୟରୁ ଏଭଳି ଚୋରୀ ହୋଇଥିବା ବେଳେ ପୁଣି ଥରେ ଏହି ବିଦ୍ୟାଳୟରୁ ଚୋରୀ ହୋଇଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭବିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ସହରର ମଧ୍ୟଭାଗରେ ତଥା ସହରର ମୁଖ୍ୟ ରାସ୍ତା କଡରେ ଥିବାରୁ ଏହା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରି ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ କଡା କରାଯିବା ସହିତ ପୋଲିସ ପେଟ୍ରୋଲିଂର ବ୍ୟବସ୍ଥା କରାଯାଇ ଚୋରୀ ଜିନିଷ ଉଦ୍ଧାର କରିବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ପରିଚାଳନା କମିଟୀ ସଦସ୍ୟମାନେ ଦାବି କରିଛନ୍ତି ।

Post a Comment