ଧର୍ମଗଡ,(ପ୍ରଦୀପ ସେଠୀଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ସୁବିଧା ପାଇଁ ଏକ ,ଶୋଚାଳୟ ନିର୍ମାଣ ହୋଇଛି। କିନ୍ତୁ ବହୁ ଦୁଃଖ ର ବିଷୟ ଉତଘାଟନ ର ମାସେ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକାରି ହୋଇ ନ ପାରି ତାଲା ପଡିଛି ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ମତେ ଗତ ୨୦୧୬ ମସିହା ରେ ଲ଼କ୍ଷଧିକ୍ଷ ଟଙ୍କା ବ୍ୟୟରେ ଏକ ଶୌଚାଳୟ ନିର୍ମାଣ ହୋଇ ଥିଲା ଯାହା ଅଳ୍ପ ଦିନ ବ୍ୟବହାର ପରେ ଭାଙ୍ଗି ଯାଇଥିଲା । ପରେ ଧର୍ମଗଡ଼ ବିଜ୍ଞାପିତ ପରିଷଦ ତରଫରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା ଓ ଗତ ୭ ଫେବୃଆରୀ ଦିନ ଧର୍ମଗଡ ବିଧାୟକଙ୍କ ଦ୍ୱାରା ଉତଘାଟନ କରାଯାଇଥିଲା । ଏହି ଶୌଚାଳୟ ର ପରିଚାଳନା ଦାୟିତ୍ଵ ଏନ୍ଏସି ନେଇଛି କିନ୍ତୁ ଉତ୍ଘାଟନର ମାସେ ହେଲାପରେ ମଧ୍ୟ ତାଲା ପଡିଥିବାରୁ ରୋଗୀ ଓ ସମ୍ପର୍କୀୟ ମାନେ ଆସୁଭିଧ ସମ୍ମୁଖୀନ ହେଉଛନ୍ତି। ତେଣୁ ଏନ.ଏସି. କୁ ଯଥାଶୀଘ୍ର ତାଲା ଖୋଲି ଶୌଚାଳୟ ବ୍ୟବହାର କରାଇବା ପାଇଁ ଜନ ସାଧାରଣ ଦାବି ହୋଇଛି ।

Post a Comment