ଧର୍ମଗଡ ୧୪/୩ (ପ୍ରଦିପ ସେଠିଆ) ପର୍ଲା ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ଏବଂ ପରିଷଦ ଆଜି ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ୨୦୧୯ ରୁ ବକେୟା ଥିବା କମିଶନ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ନିର୍ଦ୍ଧେଶ କ୍ରମେ ଧାନ କିଣା ର କମିଶନ ଟଙ୍କା ପେକ୍ସ୍ କୁ ଆସିବା କଥା ହେଲେ ୨୦୧୮ ମସିହା ପର୍ଯ୍ୟନ୍ତ ପର୍ଲା ପେକ୍ସ କୁ ଧାନ କିଣା ର କମିଶନ ଟଙ୍କା ଆସିଥିବା ବେଳେ ୨୦୧୯ ରୁ କମିଶନ ଟଙ୍କା ଆସିନଥିବା ଅଭିଯୋଗ କରିଛନ୍ତି । ଫଳରେ ମଣ୍ଡି ରେ କାମ କରୁଥିବା ଶ୍ରମିକ ମାନଙ୍କୁ ପାରିଶ୍ରମିକ ଟଙ୍କା ଦେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । କୃଷି ସମବାୟ ସମିତିର ସଞ୍ଚୟ ଜମାରେ ଯଥେଷ୍ଟ ଟଙ୍କା ନଥିବାରୁ ଚଳିତ ଖରିଫ ଧାନ କିଣାରେ ନିୟୋଜିତ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଟଙ୍କା ଦିଆଯାଇନଥିବା ବେଳେ ତୁରନ୍ତ ବକେୟା ଥିବା କମିଶନ ଟଙ୍କା ସମିତି କୁ ପ୍ରଦାନ କରିବାକୁ ଧର୍ମଗଡ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Post a Comment