ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି...ତତକାଳୀନ ୯୦ଟି ଅଭିଯୋଗ ସମାଧାନ


ହରଭଙ୍ଗା ୧୩/୦୩ ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କରଞ୍ଜକଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର , ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ ,ତହସିଲଦାର ଶମ୍ଭୁଭୂଷଣ ମିଶ୍ର,ପୁରୁଣା କଟକ ଥାନା ଅଧିକାରୀ ଜୋଷ୍ଣା କାଉଁରୀ ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ ଜ଼ୀଲ୍ଲା ସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରାଯାଇଥିଲା।ଏହି ଶିବିରରେ ୧୨୮ ଟି ଅଭିଯୋଗ ଦାଖଲ ହୋଇଥିଲା ସେଥିରୁ ୧୨୧ଟି ବ୍ୟକ୍ତିଗତ,୭ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିବା ବେଳେ ୨୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଫଣ୍ଡ ରୁ ୧ ଲକ୍ଷ୍ୟ ୫୬ ହଜାର,୧୭ ଜଣଙ୍କୁ ଜିଲ୍ଲା ରେଡ କ୍ରସ ରୁ ୯୪ ହଜାର ସହାୟତା ପ୍ରଦାନ କରାଯାଇଥିବା ବେଳେ ତୁରନ୍ତ ୧୨୮ଅଭିଯୋଗ ରୁ ୯୦ଟି ଅଭିଯୋଗ ପତ୍ର ତତ୍କାଳୀନ ସମାଧାନ କରାଯାଇଥିଲା ।

Post a Comment

Previous Post Next Post