ପ୍ରେମିକାର ଅଶ୍ଲିଳ ଭିଡିଓ ଭାଇରାଲ କରି ଜେଲଗଲା ପ୍ରେମିକ


ସୁବର୍ଣ୍ଣପୁର (ଗଣପତି ବାଘ) ଭିଡିଓ କଲ କରି ଅଶ୍ଲିଳ ଭିଡିଓ କୁ ରେକଡିଙ୍ଗ ଏବଂ ପରେ ବ୍ଲାକମେଲିଂ କରି ପୋଲିସ ହାତରେ ବନ୍ଧାପଡିଛି ପ୍ରେମିକ । ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମସରା ଫାଣ୍ଡି ଅଂଚଳରେ । ସୁଚନା ଆକାରରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖମ୍ବେଶ୍ୱରୀପାଲି ଗାଁର ପ୍ରେମୀକ ପଦ୍ମନାଭ ରଣା କମସରା ଅଂଚଳର ଜଣେ ଯୁବତୀକୁ ପ୍ରେମ କରୁଥିଲା । ଭିଡିଓ କଲ କୁ ରେକଡିଂ ଓ ପରେ ବ୍ଲାକମେଲିଂ କରି ଯୁବତିଙ୍କୁ ଟଙ୍କା ମାଗିଥିଲା ଟଙ୍କା ନଦେବାରୁ ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଗତକାଲି ପିଡିତା ଯୁବତି ତରଭା ଥାନାରେ ଏତଲା ଦେବାପରେ ପଦ୍ମନାଭକୁ ଗିରଫ କରିଛି ତରଭା ପୋଲିସ । ଏନେଇ ତରଭା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନି କରି ସୁଚନା ଦେଇଛନ୍ତି ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ।

Post a Comment

Previous Post Next Post